ଧେତ୍ ଭିଆଇପି କଲଚର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ୍ ପାଇଁ ଅଟକିଲା ଆମ୍ବୁଲାନ୍ସ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: କୌଣସି ଗୁରୁତର ରୋଗୀକୁ ଆମ୍ବୁଲାନ୍ସରେ ନେଇ ଯାଉଥିବା ବେଳେ ଭିଆଇପି କଲଚର ବନ୍ଦ କରିବା ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ । ଅର୍ଥାତ ରାସ୍ତାରେ ଯାଉଥିବା ଭିଆଇପି କାରକେଡ୍ କୁ ଅଟକାଇ ଆମ୍ବୁଲାନ୍ସକୁ ପ୍ରଥମେ ଛାଡ଼ିବା ପାଇଁ ମୁଖ୍ୟମନ୍ତ୍ରୀ ନିଜେ କହିଥିଲେ । ହେଲେ ଆଜି ବିଜେଡ଼ି କାର୍ଯ୍ୟାଳୟ ନିକଟ ଟ୍ରାଫିକରେ ଏକ ଆମ୍ବୁଲାନ୍ସକୁ ୫ମିନିଟ ଅଟକାଇ ଦିଆଯାଇଥିଲା । କାରଣ ସେହି ସମୟରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଯିବାର ଥିଲା । ମୁଖ୍ୟମନ୍ତ୍ରୀ ନିଜ କଥାକୁ ଭାଙ୍ଗିବା ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରୋଗୀଙ୍କ ଜୀବନ ଆଗ ନା ମୁଖ୍ୟମନ୍ତ୍ରୀଙ୍କ ଗସ୍ତ, ଏନେଇ ବିରୋଧି ଦଳ ସ୍ୱର ଉଠାଇଛନ୍ତି । ଖାଲି ଏତିକି ନୁହେଁ ଆମ୍ବୁଲାନ୍ସ ଫସିଥିବା ଦେଖି କମିଶନରେଟର ଟ୍ରାଫିକ୍ ପୁଲିସ କ’ଣ କରୁଥିଲେ ସେନେଇ ମଧ୍ୟ ଲୋକେ ପ୍ରଶ୍ନ ଉଠାଇଛନ୍ତି । ସମେସ୍ତ ଧେତ୍ ଭିଆଇପି କଲଚର କହି ଟାହିଟାପରା କରିଛନ୍ତି ।

ସୂଚନାମୁତାବକ, ସୋମବାର ସକାଳ ପ୍ରାୟ ୧୧.୩୦ଟାରୁ ୧୨ଟା ଭିତରେ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ୍ ବିଜେଡ଼ି କାର୍ଯ୍ୟାଳୟ ଦେଇ ସଚିବାଳୟ ଅଭିମୁଖେ ଯିବାର ଥିଲା । ହଠାତ୍ ନବୀନ ନିବାସଠାରୁ ଧରି ନୁଆ ଏୟାରପୋର୍ଟ ଛକ, ଏଜି ଛକରେ ଟ୍ରାଫିକ୍ ପୁଲିସ ସମସ୍ତ ଗାଡ଼ିକୁ ଅଟକାଇ ଥିଲେ । ଇତିମଧ୍ୟରେ ବିଜେଡ଼ି କାର୍ଯ୍ୟାଳୟ ନିକଟ ଟ୍ରାଫିକରେ ଏକ ଆମ୍ବୁଲାନ୍ସ ୫ମିନିଟ ଫସି ରହିଥିଲା । ଆମ୍ବୁଲାନ୍ସରେ ଏକ ଶିଶୁ ଏବଂ ମା’ ଥିବା ଜଣାପଡିଛି । ଶିଶୁଟିର ସ୍ୱାସ୍ଥ୍ୟ ଗୁରୁତର ଥିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଉଥିଲା । ଆମ୍ବୁଲାନ୍ସଟି ଯେତେ ସାଇରନ ମାରିଥିଲେ ମଧ୍ୟ ତାକୁ ଯିବା ପାଇଁ ଟ୍ରାଫିକ୍ ପୁଲିସ ପକ୍ଷରୁ କୌଣସି ଉଦ୍ୟମ କରାଯାଇ ନଥିଲା । ମୁଖ୍ୟମନ୍ତ୍ରୀ ଏବଂ ଖାସ କରି କମିଶନରେଟ ପୁଲିସର ଏଭଳି କାର୍ଯ୍ୟକୁ ସବୁ ସ୍ତରରେ ନିନ୍ଦା କରାଯାଇଛି ।


ସେୟାର କରନ୍ତୁ