ବଲିଉଡ଼ ଷ୍ଟାରଙ୍କୁ ପଛରେ ପକାଇଲେ ବିରାଟ,ପଢନ୍ତୁ କିପରି

ଭାଇରାଲ
ସେୟାର କରନ୍ତୁ

ଲୋକପ୍ରିୟ ମାଗାଜିନ୍ ଫୋର୍ବସ ପ୍ରକାଶ କରିଛି ଭାରତର ସେଲେବ୍ରିଟିଙ୍କ ତାଲିକା। ଏହି ତାଲିକା ମୁତାବକ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଖିଲାଡି ଷ୍ଟାର ଅକ୍ଷୟ କୁମାର ଦୁଇ ନମ୍ବର ସ୍ଥାନରେ ଅଛନ୍ତି। ୨୦୧୬ରୁ ତାଲିକାର ଶୀର୍ଷରେ ବଲିଉଡ୍‌ ଭାଇଜାନ୍‌ ସଲମାନ ଖାନ୍ ଥିଲାବେଳେ ଏବେ ସେ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି। ସେଲେବ୍ରିଟି ମାନଙ୍କ ବାର୍ଷିକ ଆୟ ଓ ଲୋକପ୍ରିୟତାକୁ ନେଇ ଏହି ତାଲିକା ପ୍ରସ୍ତୁତ ହୋଇଛି। ଏଥିସହ ବଲିଉଡ୍‌ କପଲ୍‌ ରଣବୀର ସିଂ ଓ ଦୀପିକା ପାଦୁକୋନ୍‌ ଉଭୟ ଫୋର୍ବସ ଇଣ୍ଡିଆ ମାଗାଜିନ୍‌ର ଟପ୍‌ ୧୦ ସେଲେବ୍ରିଟିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଗତବର୍ଷ ଦୀପିକା ତାଲିକାର ଟପ୍‌ ୪ରେ ଥିବାବେଳେ ରଣବୀର ଟପ୍‌ ୮ରେ ଥିଲେ ହେଲେ ଚଳିତ ବର୍ଷ ତାଲିକାରେ ରଣବୀର ଟପ୍‌ ୭ ରେ ଥିବାବେଳେ ଦୀପିକା ଟପ୍‌ ୧୦ରେ ଅଛନ୍ତି। ରଣବୀର ୨୦୧୮ରୁ ୨୦୧୯ ପର୍ଯ୍ୟନ୍ତ ବ୍ୟାକ୍‌ ଟୁ ବ୍ୟାକ୍‌ ସୁପରହିଟ୍‌ ଫିଲ୍ମ କରିଥିଲା ବେଳେ ଦୀପିକାଙ୍କ କୌଣସି ଫିଲ୍ମ ରିଲିଜ୍ ହୋଇନାହିଁ। ପ୍ରଥମ ଥର ପାଇଁ ଅଭିନେତ୍ରୀ ଆଲିଆ ଭଟ୍ଟ ଟପ୍‌ ୧୦ ତାଲିକାରେ ସ୍ଥାନ ପାଇ ଚର୍ଚ୍ଚାକୁ ଆସିଛନ୍ତି।


ସେୟାର କରନ୍ତୁ