କେଉଁ ଅଭିନେତ୍ରୀଙ୍କ ପାଦ ସ୍ପର୍ଶ କରୁଥିଲେ ଅଭିନେତା ଅନିଲ କପୁର, ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ଆଜି ହେଉଛି ବଲିଉଡର ଖ୍ୟାତନାମା ଅଭିନେତା ତଥା ମିଷ୍ଟର ଇଣ୍ଡିଆ ନାମରେ ପରିଚିତ ଅନୀଲ କପୁରଙ୍କ ଜନ୍ମଦିନ । ଆଜି ସେ 63 ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏହି ମୌକାରେ ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ ଏକ ରୋଚକ ତଥ୍ୟ । ସେ ଏମିତି ଜଣେ ନାୟିକାଙ୍କ ସହ କାମ କରିଛନ୍ତି ଏବଂ ପରେ ତାଙ୍କ ପାଦ ସ୍ପର୍ଶ କରିଛନ୍ତି । ଏହି ଯୋଡିକୁ ଦର୍ଶକ ପରଦା ଉପରେ ଖୁବ ପସନ୍ଦ କରିଛନ୍ତି ।

ଅନୀଲ କପୁର ତାଙ୍କର ଫିଲ୍ମ କ୍ୟାରିଅର୍ ଭିତରେ ବହୁ ନାୟିକାଙ୍କ ସହ କାମ କରିଛନ୍ତି, ଏମାନଙ୍କ ଭିତରୁ ଶ୍ରୀଦେବୀ ହେଉଛନ୍ତି ଅନ୍ୟତମ । କେତେ ଗୁଡିଏ ଫିଲ୍ମ ଅଛି ଅନୀଲଙ୍କ ସହ ନାୟିକା ଭୂମିକାରେ ଶ୍ରୀଦେବୀ ନଜର ଆସିଛନ୍ତି ।

ଏଭଳି କେତେକ ସିନେମା ହେଲା ମିଷ୍ଟର ଇଣ୍ଡିଆ, ଜୁଦାଇ ଓ ଲମହେ ଆଦି ସିନେମାରେ ଏ ଦୁଇ ଜଣ ଏକାଠି କାମ କରିଛନ୍ତି । ଏହି ଯୋଡ଼ିକୁ ଦର୍ଶକ ଖୁବ୍ ପସନ୍ଦ ମଧ୍ୟ କରୁଥିଲେ ।

ତେବେ ଶ୍ରୀଦେବୀ ଅନୀଲଙ୍କ ବଡ଼ ଭାଇ ବୋନି କପୁରଙ୍କୁ ବିବାହ କରିଥିଲେ । ତେଣୁ ଶ୍ରୀଦେବୀ ଅନୀଲଙ୍କର ଭାଉଜ ହୋଇଥିଲେ । ଅନୀଲ ଯେତେବେଳେ ମଧ୍ୟ ଶ୍ରୀଦେବୀଙ୍କୁ ଭେଟୁଥିଲେ, ସେ ତାଙ୍କ ପାଦ ସ୍ପର୍ଶ କରୁଥିଲେ । ଅବଶ୍ୟ ଅନୀଲ ଓ ଶ୍ରୀଦେବୀଙ୍କ ଭିତରେ ବୟସର ତାରତମ୍ୟ ସେତେଟା ଅଧିକ ନ ଥିଲା ।

ତେବେ ତାଙ୍କର ଭାଉଜ ହୋଇଥିବା କାରଣ ବଶତଃ ନୁହେଁ,ବରଂ ଜଣେ ମହାନ୍ କଳାକାର ହୋଇଥିବା କାରଣରୁ ଅନୀଲ ତାଙ୍କର ପାଦ ସ୍ପର୍ଶ କରିବା କଥା ଅନୀଲ ଏକ ସୋ’ରେ କହିଥିଲେ ।


ସେୟାର କରନ୍ତୁ