ବାଗୀ 3ର ସେଟରୁ ଆସିଲା ଦିଶା ପଟାନୀଙ୍କ ଲୁକ, ଟାଇଗରଙ୍କ ସାଥିରେ ନଜର ଆସିବେ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀ ନୂଆ ବର୍ଷରେ ନୂଆ ପ୍ରୋଜେକ୍ଟ ସାଥିରେ ଆରମ୍ଭ କରିବେ । ଏଥି ପାଇଁ ସେ ତୟାରୀ ମଧ୍ୟ କରିସାରିଛନ୍ତି । ଏବେ ସେ ବାଗିର ତୃତୀୟ ପାର୍ଟ କରିବାକୁ ଯାଉଛନ୍ତି । ସେ ଲଗାତାର ଦ୍ୱିତୀୟ ଥର ପାଇଁ ବାଗିରେ କାମ କରିବାକୁ ଯାଉଛନ୍ତି ।

ବାଗୀ 2ରେ ଦିଶା ନିଜର ବୟ ପ୍ରେଣ୍ଡ ଟାଇଗର ଶ୍ରଫଙ୍କ ସାଥିରେ ନଜର ଆସିଥିଲେ । ଏବେ ସେ ଏହାର ତୃତୀୟ ପାର୍ଟରେ ମଧ୍ୟ ଟାଇଗରଙ୍କ ସାଥିରେ ନଜର ଆସିବେ । ଫିଲ୍ମର ପ୍ରଡ୍ୟୁସର ସାଜିଦ ନାଡୀୟାଡ଼ୱାଲା ନିଜର ଟୁଇଟରରେ ଏକ ଭିଡ଼ିଓ ସେୟାର କରିଛନ୍ତି । ଏହି ଭିଡ଼ିଓ ବାଗୀ 3 ସେଟର ଅଟେ । ସାଜିଦ ଭିଡ଼ିଓ ସେୟାର କରି ଲେଖିଛନ୍ତି, “Time for a small sneak-peak from the sets of #baaghi3 looks like the baaghi fever just got higher!”

ସାଜିଦ ଯେଉଁ ଭିଡ଼ିଓ ସେୟାର କରିଛନ୍ତି ସେଥିରେ ଦିଶା ବେନିଟୀ ବେନରେ ନଜର ଆସିଛନ୍ତି ଓ ଫ୍ୟାନ୍ସ ମାନଙ୍କୁ କହୁଛନ୍ତି,”Hi Guys,it’s time for baaghi 3.” ଦିଶା ଭିଡ଼ିଓରେ ବହୁତ ସୁନ୍ଦର ଦେଖାଯାଉଛନ୍ତି ଏବଂ ତାଙ୍କର କଲର ଚୁଟି ମଧ୍ୟ ଖୁବ ସୁନ୍ଦର ଲାଗୁଛି ।

ବାଗୀ 3 ଅହମଦ ଖାନ ବନାଉଛନ୍ତି ଏବଂ ଏଥିରେ ରିତେଶ ଦେଶମୁଖ,ଅଙ୍କିତା ଲୋଖଣ୍ଡେ,ଆଶୋତୋଶ ରାଣା ଏବଂ ସତୀଶ କୌଶିକ ନଜର ଆସୁଛନ୍ତି । ବାଗୀ 3 ବ୍ୟତୀତ ଦିଶା ପଟାନୀ ଅନିଲ କପୁରଙ୍କ ସାଥିରେ ‘ମଲଙ୍ଗ’ରେ ନଜର ଆସିବେ । ‘ମଲଙ୍ଗ’ରେ ଆଦିତ୍ୟ ରାୟଲ କପୁର ଏବଂ କୁଣା ଖେମୁ ମଧ୍ୟ ନଜର ଆସିବେ । ‘ମଲଙ୍ଗ’ ଫେବୃୟାରୀ 2020ରେ ରିଲିଜ ହେବ ।


ସେୟାର କରନ୍ତୁ