ବୁଧବାର ରାଶିଫଳ

Truthink
ସେୟାର କରନ୍ତୁ

ମେଷ: କର୍ମକ୍ଷେତ୍ର ଶାନ୍ତିମୟ ହେବ । ସାମାନ୍ୟ ମାତ୍ରାର ଶାରୀରିକ କ୍ଳେଶ ଅନୁଭବ କରିପାରନ୍ତି । ପତ୍ନୀଙ୍କ ସ୍ବାସ୍ଥ୍ୟ ନେଇ ଚିନ୍ତିତ ହୋଇ ପ୍ରତିକାର କରିବେ । କୃପଣ ସ୍ବଭାବର ହେବେ। ସ୍ବାଭିମାନୀ ହୋଇପାରନ୍ତି । କେବଳ ଯୁଗ୍ମ ବ୍ୟବସାୟରୁ ଲାଭ ମିଳିବ ।

ବୃଷ: ବ୍ୟବସାୟରେ ଅର୍ଥ ବିନିଯୋଗ ଲାଭପ୍ରଦ ହେବ । କାର୍ଯ୍ୟ କରିବାରେ ଉତ୍ସାହ ବୃଦ୍ଧି ପାଇବ । ସନ୍‌ମାର୍ଗୀ ହେବେ । ଦୟାର ଅବତାର ହୋଇପାରନ୍ତି । ମନୋରମା ପତ୍ନୀଙ୍କ ସାନ୍ନିଧ୍ୟ ମିଳିବ । ପୁତ୍ର ସୁଖ ମିଳିବ । ବନ୍ଧୁ ଓ ପ୍ରିୟଜନଙ୍କ ସହାୟତା ମିଳିବ ।

ମିଥୁନ: ଆଶା ଫଳବତୀ ହେବ । ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ଲାଭ କରିବେ । ବ୍ୟବସାୟ ଲାଭଜନକ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶତ୍ରୁ ଯେତେ ବଳବାନ୍‌ ହେଉ ନା କାହିଁକି ତାକୁ ଦମନ କରିବେ ।

କର୍କଟ: ପିଲାମାନଙ୍କ କାର୍ଯ୍ୟ କଳାପରେ ସନ୍ତୁଷ୍ଟ ହେବେ । ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍‌ କରି ଗଢ଼ି ତୋଳିବ । ପ୍ରୀତି ଲାଭ କରିପାରନ୍ତି । ଜ୍ଞାନ-ଗରିମା ଯୋଗୁଁ ସାମାଜିକ ସ୍ତରରେ ଆଦରଣୀୟ ହେବେ । ବହୁ ମିତ୍ରଙ୍କ ଆଗମନୀ ହୋଇପାରେ ।

ସିଂହ: କଷ୍ଟ ସ୍ବୀକାର କଲେ ବି ଲାଭବାନ୍‌ ହେବେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଯାତ୍ରା ଶୁଭଦାୟକ ହେବ । ବ୍ୟବସାୟରେ ଲାଭଜନକ ହେବ । ବିବେକି ବ୍ୟକ୍ତି ଭାବେ ପରିଚୟ ସୃଷ୍ଟି କରିବେ ।

କନ୍ୟା: ଯୋଜନାରେ ସୃଷ୍ଟି ହୋଇଥିବା ତ୍ରୁଟିକୁ ସଂଶୋଧନ କରିବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ମାନ୍ୟତା ପ୍ରାପ୍ତ ହେବେ । ସୌନ୍ଦର୍ଯ୍ୟ ଉପଭୋଗ କରିପାରନ୍ତି । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ସର୍ବଦା ଚପଳମତି ଭାବେ କାର୍ଯ୍ୟ କରିବେ ।

ତୁଳା: ନୂଆବନ୍ଧୁତା ସ୍ଥାପନ କରିପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି । ବିଳାସ-ବ୍ୟସନରୁ ବଞ୍ଚିତ ହେବେ । ଭୂମିପତି ଭାବେ ପ୍ରଭାବଶାଳୀ ହେବା ସହ ସୁଶାସକ ହେବେ ।

ବିଛା: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । କର୍ମତତ୍ପରତା ପ୍ରକାଶ ପାଇବ । ଚିନ୍ତାଧାରା ଉନ୍ନତମାର ହୋଇପାରେ । ଦାମ୍ପତ୍ୟ ସୁଖ ମିଳିବ । ନୂଆବନ୍ଧୁ ଜୁଟିବେ ।

ଧନୁ: ଆୟ ହେବ; ମାତ୍ର ବିଶେଷ ଲାଭ ମିଳିବା କଷ୍ଟକର ହେବ । କାର୍ଯ୍ୟରେ ବାଧା ଉପୁଜି ପାରେ । କର୍ମତତ୍ପରତା ପ୍ରକାଶ ପାଇବ । ସୁସମ୍ବାଦ ପାଇ ଖୁସି ହେବେ । ବସ୍ତ୍ର-ଭୂଷଣ ପ୍ରାପ୍ତି ଯୋଗ ଅଛି । ଅଧିକ ଖର୍ଚ୍ଚାନ୍ତ ହେଲେ ବି ସର୍ବ ସୁଖ ମିଳିପାରେ ।

ମକର: ମନ ଚଞ୍ଚଳ ରହିବ । ଆୟ ପରିମାଣ ବୃଦ୍ଧି ପାଇବ । ବାରମ୍ବାର ଚେଷ୍ଟା କଲେ ସଫଳତା ମିଳିବ । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଉନ୍ନତି ପଥରେ ଆଗେଇ ଚାଲିବେ । ସରକାରଙ୍କ କୃପା ଦୃଷ୍ଟି ରହିଛି । ଜନାଦୃତ ଲାଭ କରିବେ ।

କୁମ୍ଭ: କର୍ମକ୍ଷେତ୍ର ଉତ୍ସାହଜନକ ହେବ । ଘାତଚନ୍ଦ୍ର ଭୋଗ ହେତୁ, ଦେହ ଓ ମାନସିକ ସ୍ତରରେ ପୀଡ଼ିତ ହୋଇପାରନ୍ତି । ଦ୍ବିଜମାନଙ୍କ ହିତସାଧନ ପାଇଁ ସର୍ବଦା ଉଦ୍ୟମ ଚଳାଇ ପାରନ୍ତି । ପୁଣ୍ୟବାନ୍‌ ହେବେ । ଦୃଢ଼ଜ୍ଞ ହେବେ । ବିଖ୍ୟାତ କୀର୍ତ୍ତି ଅର୍ଜନ କରିବେ ।

ମୀନ: ଭ୍ରମଣ ଯୋଗ ଅଛି । ଶୟନ-ସୁଖ ମିଳିବ । କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । ଉତ୍ତମ ବନ୍ଧୁଙ୍କ ସହଚର୍ଯ୍ୟ ଲାଭ କରିବେ । ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । ସତ୍ୟର ପୂଜାରୀ ହେବେ । ପ୍ରଭୂତ ମିତ୍ର ଅର୍ଜନ କରିବେ ।


ସେୟାର କରନ୍ତୁ