ସଲମାନଙ୍କ ଜନ୍ମ ଦିନରେ ଭାଣେଜୀ ଉପହାର ଦେଲେ ଭଉଣୀ ଅର୍ପିତା

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ୍ ଦବଙ୍ଗ ଷ୍ଟାର ତଥା ଭାଇଜାନ ସଲମାନ ଖାନଙ୍କ ଆଜି ହେଉଛି 54ତମ ଜନ୍ମଦିନ । ଏହି ଜନ୍ମଦିନରେ ଦବଙ୍ଗ ଷ୍ଟାରଙ୍କ ନିକଟକୁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଆସୁଥିବା ସମୟରେ ଖାନ ପରିବାରକୁ ଆଉ ଗୋଟିଏ ଖୁସି ଖବର ମିଳିଛି ।

କାରଣ ସଲମାନଙ୍କ ଭଉଣୀ ଅର୍ପିତା ଆଜି ତାଙ୍କର ଦ୍ଵିତୀୟ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ତେଣୁ ଖାନ୍ ପରିବାରରେ ଆଜି ଡବଲ ସେଲିବ୍ରେସନ୍ । ପ୍ରଥମଟି ଭାଇଜାନଙ୍କ ଜନ୍ମଦିନ ପାଇଁ ଓ ଦ୍ଵିତୀୟଟି ଅର୍ପିତାଙ୍କ ମା ହେବା ଖୁସୀରେ ।

ସଲମାନଙ୍କ ଭଉଣୀ ଅର୍ପିତା ଆଜି ଭାଇଙ୍କ ଜନ୍ମଦିନରେ ମାମୁଁ ହେବାର ଉପହାର ଦେଇଛନ୍ତି । ଅର୍ପିତା ଏବେ ମୁମ୍ଵାଇର ହିନ୍ଦୁଜା ହସ୍ପିଟାଲରେ ଆଡମିଟ୍ ଅଛନ୍ତି । ହସ୍ପିଟାଲରେ ଡେଲିଭରି ସମୟରେ ଖାନ ପରିବାରର ସମସ୍ତ ସଦସ୍ୟ ସେଠାରେ ଉପସ୍ଥିତ ଥିଲେ ।

ପୂର୍ବରୁ ଅର୍ପିତାଙ୍କର ଏକ ପୁତ୍ର ସନ୍ତାନ ହୋଇଥିଲା; ଯାହାଙ୍କ ନାମ ଆହିଲ ଶର୍ମା । ଅର୍ପିତା ଏବେ ତାଙ୍କର ଦ୍ୱିତୀୟ ସନ୍ତାନ ଜନ୍ମ ଦେଇଛନ୍ତି । ସଲମାନ ଓ ଆହିଲଙ୍କର ଭଲ ବଣ୍ଡିଂ ଥିବା ଫଟୋ ଆଗରୁ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଛି ।


ସେୟାର କରନ୍ତୁ