54ରେ ପାଦଦେଲେ ଭାଇଜାନ ସଲମାନ ଖାନ

ସିନେମା
ସେୟାର କରନ୍ତୁ

ସଲମନ ଖାନଙ୍କୁ କିଏ ବା ନ ଜାଣେ ୲ କେବଳ ଦେଶନୁହେଁ ବିଶ୍ଵର କୋଣଅନୁକୋଣରେ ପୂରିରହିଛନ୍ତି ସଲମନଙ୍କ କୋଟି କୋଟି ପ୍ରଶଂସକ ୲ ଆଉ ଆଜି ଯେତେବେଳେ ତାଙ୍କ ଜନ୍ମଦିନ ସେତେବେଳେ କେମତିବା ଭୁଲିଯିବେ ସମସ୍ତେ ୲ 54 ବର୍ଷରେ ପଦାର୍ପଣ କରିଲେ ମୋଷ୍ଟ ବାଛଲର ବୟ ସଲମନ ୲ ଆଜି ହେଉଛି ବଲିଉଡର ଲୋକପ୍ରିୟ ଅଭିନେତା ସଲମାନ୍ ଖାନଙ୍କ ଜନ୍ମଦିନ । 54ବର୍ଷ ବୟସରେ ପାଦ ଥାପିଲେ ଭାଇଜାନ ‘ସଲମାନ ଖାନ’।

ମଧ୍ୟପ୍ରଦେଶର ଇନ୍ଦୋରରେ 1965ମସିହା ଡ଼ିସେମ୍ବର 27ତାରିଖ‌ରେ ଜନ୍ମଗ୍ରହଣ କରିଥିଲେ ସଲମାନ । ତାଙ୍କର ପ୍ରକୃତ ନାମ ଅବଦୁଲ ରଶିଦ ସଲିମ ସଲମାନ ଖାନ । ଆଜି ବଲିଉଡ଼ ଜଗତରେ ସଲ୍ଲୁ, ସଲ୍ଲୁ ମିୟାଁ ଓ ଭାଇଜାନ୍ ନାମରେ ଅଧିକ ଜଣାଶୁଣା । ବର୍ତ୍ତମାନ ସମୟରେ ସଲମାନ ଏକାଧାରାରେ ଜଣେ ଅଭିନେତା, ପ୍ରଯୋଜକ, ଗାୟକ ଏବଂ ଜଣେ ସୁପର୍‌ଷ୍ଟାର୍‌ ଭାବେ ପରିଚିତ।

ସେ 1988ରେ ‘ବିୱି ହୋ ତୋ ଐସି’ ଚଳଚ୍ଚିତ୍ରରୁ ନିଜର ବଲିଉଡ଼ ଯାତ୍ରା ଆରମ୍ଭ କରିଥିଲେ । ପରେ 1989ରେ ସୁରଜ ବଡଜାତ୍ୟାଙ୍କ ନିର୍ଦେଶିତ ଚଳଚ୍ଚିତ୍ର ମୈନେ ପ୍ୟାର କିୟା ଚଳଚ୍ଚିତ୍ର କରିଥିଲେ। ଏହି ଚଳଚ୍ଚିତ୍ର ତାଙ୍କ କ୍ୟାରିୟରକୁ ପ୍ରମୁଖ ମୋଡ଼ ଦେଇଥିଲା । ତା ପରେ ‘ହମ୍ ଆପକେ ହୈଁ କୌନ୍'(1994), ‘କରନ୍ ଅର୍ଜୁନ୍’ (1995), ‘ବିୱି ନଂ 1’ (1999), ‘ହମ୍ ସାଥ୍ ସାଥ୍ ହୈଁ’ (1999) ପରି ସୁପରହିଟ୍ ସିନେମା ଦେଇ ସେ ସୁପରଷ୍ଟାର ପାଲଟି ଯାଇଥିଲେ । ‘କୁଛ୍ କୁଛ୍ ହୋତା ହୈ’ ଲାଗି ତାଙ୍କୁ ସର୍ବଶ୍ରେଷ୍ଠ ସହାୟକ ଅଭିନେତାର ଫିଲ୍ମଫେୟାର ପୁରସ୍କାର ମଧ୍ୟ ମିଳିଥିଲା ।

2009ମସିହାରେ ୱାଣ୍ଟେଡ, 2010ରେ ସେ ‘ଦବଙ୍ଗ’, ‘ବଡ଼ିଗାର୍ଡ଼’ (2011), ‘ଏକ୍ ଥା ଟାଇଗର୍’ (2012), ‘କିକ୍’ (2014) , ‘ବଜରଙ୍ଗୀ ଭାଇଜାନ୍’ (2015) ,’ପ୍ରେମ୍ ରତନ୍ ଧନ୍ ପାୟୋ’ (2015) , ‘ସୁଲତାନ୍’ (2016) ପରି ସୁପରହିଟ୍ ସିନେମା ଦାରଶକଙ୍କୁ ଭେଟିଦେଇଛନ୍ତି । ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ଦବଙ୍ଗ-3 ମୁକ୍ତିଲାଭ କରିଛି । ସିନେମା ଜଗତକୁ ତାଙ୍କର ଅବଦାନ ଲାଗି ତାଙ୍କୁ ମନୋରଞ୍ଜନରେ ରାଜୀବ ଗାନ୍ଧୀ ପୁରସ୍କାର ମଧ୍ୟ ମିଳିଛି ।


ସେୟାର କରନ୍ତୁ