ବିଗ ବି ଅମିତାଭଙ୍କୁ ‘ଦାଦା ସାହେବ ଫାଲକେ’ ପୁରସ୍କାର

ସିନେମା
ସେୟାର କରନ୍ତୁ

ନୂଆଦିଲ୍ଲୀ: ବଲିଉଡର ବରିଷ୍ଠ କଳାକାର ଅମିତାଭ ବଚନଙ୍କୁ ‘ଦାଦା ସାହେବ ଫାଲକେ’ ସମ୍ମାନରେ ସମ୍ମାନୀତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାରକୁ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ପ୍ରଦାନ କରିଅଛନ୍ତି ।

ପୁରସ୍କାର ଗ୍ରହଣ କରିବା ପରେ ବିଗ୍ ବି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅମିତାଭ ବଚ୍ଚନଙ୍କୁ 66 ତମ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଛି । ଭାରତୀୟ ସିନେମା ପ୍ରତି ଜୀବନ ବ୍ୟାପୀ ସାଧନା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଡିସେମ୍ବର 23ରେ ପ୍ରଦାନ କରାଯାଇଥିବା 66ତମ ଜାତୀୟ ଫିଲ୍ମ ପୁରସ୍କାର ସମାରୋହରେ ଅମିତାଭ ଅସୁସ୍ଥତା କାରଣରୁ ଯୋଗଦେଇପାରିନଥିଲେ । ଅସୁସ୍ଥତା କାରଣରୁ ଅମିତାଭ ଏହି ପୁରସ୍କାର ଗ୍ରହଣ କରିପାରିନଥିଲେ । ତେଣୁ ଆଜି ଏକ ଛୋଟିଆ ସମାରୋହର ଆୟୋଜନ କରାଯାଇ ରାଷ୍ଟ୍ରପତି ଅମିତାଭଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।


ସେୟାର କରନ୍ତୁ