ଟିସୁପେପର ବ୍ୟବହାର କରି ବଢାନ୍ତୁ ନିଜର ସୌନ୍ଦର୍ଯ୍ଯ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଟିସୁ ପେପର୍ ଏମିତି ଏକ ଜିନିଷ ଯାହା କି ମେକଅପ ରିମୁଭ କିମ୍ବା କାଜଲ୍-ଆଇଲାଇନର୍ ହଟାଇବା ପାଇଁ ଏହା ବ୍ୟବହାର କରାଯାଏ । କିନ୍ତୁ ଏସବୁ ବାଦ୍ ଟିସୁ୍ୟ ପେପର୍ ମଧ୍ୟ ଆହୁରି କେତେକ କାମରେ ଦରକାର ହୋଇପାରେ । କିନ୍ତୁ ଭଲ କମତପାନୀର ଟିସୁ୍ୟ ବ୍ୟବହାର କରୁଥିବା ଆବଶ୍ୟକ । ରଙ୍ଗୀନ୍ ଟିସୁ୍ୟ ବଦଳରେ ଧଳା ଟିସୁ୍ୟ ହିଁ ବ୍ୟବହାର କରନ୍ତୁ । କେତେକ ଟିସୁ୍ୟ ହିଁ ନୁ୍ୟଟ୍ରାଲ ପିଏଚ୍ ଲେବଲ୍ ସହ ଆସେ ଯାହା ତ୍ୱଚା ପାଇଁ ହାନିକାରକ ନୁହେଁ । (୧) ଆପଣ ନିୟମିତ ଲିପଷ୍ଟିକ ଲଗାଉଥିଲେ ଏବେ ଓଠ ଉପରେ ଟିସୁ୍ୟ ପେପର୍ ରଖି ଦବାଅନ୍ତୁ । ଏହାପରେ ବ୍ରଶ ସହାୟତାର ସାମାନ୍ୟ ଟ୍ରାସଲୁସେଣ୍ଟ ଗୁଣ୍ଡ ଓଠରେ ଲଗାନ୍ତୁ । ଏହାର କୋଣ ପର୍ଯ୍ୟନ୍ତ ଯାଇ ଆପଣଙ୍କୁ ମ୍ୟାଟ ଲୁକ ଦେବେ । (୨) ଅନେକ ସମୟରେ ଏପରି ହୁଏ ଯେ, ମେକଅପ୍ ନେବା ବେଳେ ଆଇସ୍ୟାଡୋର କିଛି ଅଂଶ ଗାଲରେ ଲାଗିଯାଏ । କିନ୍ତୁ ଏବେ ଆପଣ କିଛି ସହଜ ଟ୍ରିକରେ ଏଥିରୁ ବର୍ତ୍ତିପାରିବେ । ଯେତେବେଳେ ବି ଆଖି ମେକଅପ୍ କରୁଛନ୍ତି ସେ ସମୟରେ ଗାଲ ଉପରେ ଟିସୁ୍ୟ ପେପର୍ ରଖିଦିଅନ୍ତୁ । ମେକଅପ୍ ପୂରଣ ହୋଇଗଲେ ଟିସୁ୍ୟ ପେପରକୁ ହଟେଇଦିଅନ୍ତୁ । ଏହାଦ୍ୱାରା ମେକଅପ୍ ଜମା ବି ଖରାପ ହେବନାହିଁ । (୩) ବ୍ଲାକହେଡ୍ସ ବାହାର କରିବା ପାଇଁ ମୁହଁ ଉପରେ ଗରମ ପାଣିରେ ଭିଜା ଯାଇଥିବା ତଉଳିଆ ରଖନ୍ତୁ । ଏହାପରେ ଏକ ଚାମଚ ଅଣ୍ଡାର ଧଳା ଅଂଶ ନେଇ ଏଥିରେ ୫ ଟୋପା ଟି ଟ୍ରି ଅଏଏ ପକାନ୍ତୁ । ଏବେ ଟିସୁ୍ୟ ପେପରକୁ ଷ୍ଟ୍ରିପ ଭଳି କାଟିଦିଅନ୍ତୁ । ନିଜ ନାକ ଉପରେ ଏହି ମାସ୍କର ଏକ ପତଳା କୋଟ ଦିଅନ୍ତୁ । ଏହା ଉପରେ ଟିସୁ୍ୟ ପେପରର ଏକ ଷ୍ଟ୍ରିପ ଲଗାଇ ପୁଣି ଏହା ଉପରେ ମାସ୍କର ଆଉ ଏକ କୋଟ୍ ଲଗାନ୍ତୁ । ଏହାକୁ ୧୫ ମିନିଟ୍ ପର୍ଯ୍ୟନ୍ତ ରଖି ଶୁଖିଗଲା ପରେ ବ୍ୟାଣ୍ଡେଡ ଭଳି ବାହାର କରନ୍ତୁ । ଏପରି କଲେ ବ୍ଲାକ ହେଡ୍ସ ବାହାରିଯିବ । (୪) ଚୁଟି ଷ୍ଟେ୍ରନିଙ୍ଗ କରିବା ସମୟରେ କିଛି କେଶ ପୋଡିଯିବା ସମସ୍ୟାରୁ ଦୂରେଇ ରହିବା ପାଇଁ ଟିସୁ୍ୟ ପେପର୍ ଅଧିକ କାମ ଦେବ । ବ୍ୟବହାର କରିବା ପୂର୍ବରୁ କର୍ଲିଙ୍ଗ ରୋଡ୍ କିମ୍ବା ଷ୍ଟେ୍ରଟନରକୁ ଟିସୁ୍ୟ ପେପର୍ରେ ଗୁଡାଇ ଦିଅନ୍ତୁ । ଏପରି କଲେ ଗରମ ଯୋଗୁଁ କେଶ ନଷ୍ଟ ହେବା କିମ୍ବା ପୋଡିଯିବା ଆଶଙ୍କା ରହିବନି । (୫) ଯଦି ଆପଣ ଅଧିକ ସମୟ ପର୍ଯ୍ୟନ୍ତ ଲିପଷ୍ଟିକକୁ ରଖିବାକୁ ଚାହୁଁଥାଆନ୍ତି ତେବେ ଲିପଷ୍ଟିକକୁ ରଖିବାକୁ ଚାହୁଁଥାଆନ୍ତି ତେବେ ଲିପଷ୍ଟିକର ଏକ କୋଟ ଲଗାଇ ଟିସୁ୍ୟ ପେପରକୁ ଓଠ ମଝିରେ ରଖିଦାବି ଦିଅନ୍ତୁ । ଏବେ ପେପର୍ କାଢି ଆଉ ଥରେ କୋଟ୍ ଦେଲେ ଲିପଷ୍ଟିକ ସୁନ୍ଦର ଦେଖାଯିବା ସହ ଅଧିକ ସମୟ ପର୍ଯ୍ୟନ୍ତ ଗାଢ ରହିପାରିବ ।


ସେୟାର କରନ୍ତୁ