ଖାଲି-ପିଲି : ଅଟୋରେ ବସି ନଜର ଆସିଲେ ଅନନ୍ୟା ପାଣ୍ଡେ-ଈଶାନ ଖଟ୍ଟର

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଓଡ଼ ଆକ୍ଟର ଈଶାନ ଖଟ୍ଟର ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ‘ଖାଲି-ପିଲି’ ଫାଷ୍ଟ ଷ୍ଟିଲ ସାମ୍ନାକୁ ଆସିଅଛି । ଫିଲ୍ମ ଖାଲି-ପିଲିରେ ଅନନ୍ୟା ପାଣ୍ଡେ ଓ ଈଶାନ ଖଟ୍ଟର ପ୍ରଥମ କରି ସ୍କ୍ରିନ ସେୟାର କରୁଛନ୍ତି । ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି ।

ଏହି ଷ୍ଟିଲରେ ଅନନ୍ୟା ଓ ଈଶାନ ଗୋଟିଏ ଅଟୋରେ ବସିଥିବାର ନଜର ଆସୁଛନ୍ତି । ଈଶାନ ଅଟୋ ଡ୍ରାଇଭର ଅଟନ୍ତି । ଅନନ୍ୟା ପଛରେ ବସିଛନ୍ତି । ଏହି ଫଟୋକୁ ଈଶାନ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

View this post on Instagram

#KhaaliPeeli 🚕💥

A post shared by Ishaan (@ishaankhatter) on

କହିବାକି ଫିଲ୍ମ ‘ଖାଲି ପିଲି’ରେ ଅନନ୍ୟା ଜଣେ ଟପୋରି ଝିଅର ଭୂମିକା ନିଭାଇବାକୁ ଯାଉଛନ୍ତି । ଏଥିପାଇଁ ତାଙ୍କୁ ବମ୍ବେଇଆ ଭାଷା କହିବାକୁ ପଡିବ । ଏହାର ପ୍ରେରଣା ସେ ଆଲିଆଙ୍କ ‘ଗଲି ଵୟ’ରେ କରିଥିବା ରୋଲ ସଫିନାଙ୍କ ଠାରୁ ନେଇଛନ୍ତି । ଅଲ୍ଲୀ ଆବାସ ଜାଫର ସ୍ଟୁଡିଓଜ ସାଙ୍ଗରେ ମିଶିକରି ‘ଖାଲି ପିଲି’ର ନିର୍ମାଣ କରିବେ । ଏହି ଫିଲ୍ମ 12 ଜୁନ୍ 2020ରେ ରିଲିଜ ହେବ । ଏହି ଫିଲ୍ମକୁ ମକବୂଲ ଖାନ ଡାଇରେକ୍ଟ କରୁଛନ୍ତି ।

ଫିଲ୍ମ କୁ ନେଇ କରି ମକବୂଲ ଖାନ କହିଥିଲେ- ‘ମୁଁ ଏହି ୟଙ୍ଗ ଟ୍ୟାଲେଣ୍ଟଙ୍କ ସହିତ ଫିଲ୍ମ ଆରମ୍ଭ କରିବାକୁ ବେଚୈନ ଅଛି ।’ ସେଇଠି ଅଲ୍ଲୀ ଆବାସ ଜାଫର କହିଥିଲେ,’ଖାଲି ପିଲି’ କାହାଣୀରେ ମକବୂଲ,ହିମାଂଶୁ ଓ ମୁଁ ପାଖାପୁଖି ଏକ ବର୍ଷ କାମ କରିଅଛୁ । ଏବେ ଯେତେବେଳେ ଆମକୁ ଲାଗିଲାକି ସେ ସମ୍ପୂର୍ଣ ତୟାର ଅଛି,ତେବେ ଆମେ ଏହାକୁ ନେଇକରି ଏହି ୟଙ୍ଗ ଟ୍ୟାଲେଣ୍ଟଙ୍କ ପାଖକୁ ଗଲୁ ।’

କହି ଦେବାକି ଅନନ୍ୟା ‘ସ୍ଟୁଡେଣ୍ଟ ଅଫ ଦ ଇଅର 2’ରେ ଡେବ୍ୟୁ କରିଛନ୍ତି । ତେବେ ସେଇଠି ଈଶାନ ଖଟ୍ଟର ‘ବ୍ୟାଣ୍ଡସ ଦ କ୍ଲାଉଡ଼ସ’ରେ ଡେବ୍ୟୁ କରିଥିଲେ । କିନ୍ତୁ ତାଙ୍କୁ ପରିଚିତ ଫିଲ୍ମ ‘ଧକଡ଼’ କରାଇଥିଲା । ‘ଧକଡ଼’ରେ ବୋନି କପୁରଙ୍କ ଝିଅ ଜାହ୍ନବୀ କପୁର ଡେବ୍ୟୁ କରିଥିଲେ ।


ସେୟାର କରନ୍ତୁ