ନୋରା ଫତେହି ଅଜୟ ଦେବ୍‌ଗନଙ୍କ ଫିଲ୍ମରେ କଲେ ପ୍ରବେଶ,ଏହି ବଡ଼ ହିରୋଇନଙ୍କୁ କଲେ ରିପ୍ଲେସ୍‌

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ ଷ୍ଟାର ଅଜୟ ଦେବ୍‌ଗନଙ୍କ ଅପକମିଂ ଫିଲ୍ମ ‘ଭୁଜ୍‌ ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ରେ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଜାଗାରେ ଅଭିନେତ୍ରୀ ନୋରା ଫତେହି କାମ କରିବାକୁ ଯାଉଛନ୍ତି । ଅଜୟ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ । ଏଥିରେ ଅଜୟ ଦେବଗନ୍ ୱିଙ୍ଗ୍ କମାଣ୍ଡର ବିଜୟ କାର୍ଣ୍ଣିକଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି ।

ପୂର୍ବରୁ ପରିଣୀତି ଚୋପ୍ରାଙ୍କୁ ଏହି ଫିଲ୍ମର ଲିଡ୍‌ ହିରୋଇନ୍‌ ଭାବେ ଫାଇନାଲ୍‌ କରାଯାଇଥିଲା । କିନ୍ତୁ ପରିନୀତି ସାଇନା ନେହୱାଲଙ୍କ ବାୟୋପିକରେ ବ୍ୟସ୍ତ ଅଛନ୍ତି, ତେଣୁ ଏହି ପ୍ରୋଜେକ୍ଟକୁ ସମୟ ଦେଇ ପାରିବେ ନାଇଁ ବୋଲି କହିଛନ୍ତି । ଏବେ ତାଙ୍କୁ ରିପ୍ଲେସ୍‌ କରିଛନ୍ତି ଅଭିନେତ୍ରୀ ନୋରା ଫତେହି ।

ବଲିଉଡ୍‌ର ହଟ୍‌ କୁଇନ୍ ନୋରା ଫତେହି ଗୋଟିଏ ପରେ ଗୋଟିଏ ଆଇଟମ୍‌ ନମ୍ବର କରି ବଲିଉଡ୍‌ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିବାରେ ସକ୍ଷମ ହୋଇଛନ୍ତି । ଦର୍ଶକମାନେ ଏହି ନିକଟରେ ତାଙ୍କର ରିଲିଜ ହେବାକୁ ଥିବା ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍‌ସର୍‌’ରେ ତାଙ୍କର ଜଲୱା ଦେଖିବାକୁ ପାଇବେ । ନୋରାଙ୍କ କାତିଲାନା ଅନ୍ଦାଜକୁ ଦର୍ଶକମାନେ ଆଗରୁ ଖୁବ ପସନ୍ଦ କରିଛନ୍ତି ।

ତେବେ ତାଙ୍କର ସେକ୍ସି ଡ୍ୟାନ୍ସର ଏକ ଝଲକ ଦେଖିବା ପାଇଁ ଲୋକେ ଖୁବ ଉତ୍ସାହିତ ଥାନ୍ତି । ଏହି ବଡ ପ୍ରୋଯେକ୍ଟରେ କାମ କରିବା ପାଇଁ ନୋରାଙ୍କୁ ଗୋଟିଏ ନୂଆ ସୁଯୋଗ ରହିଛି । ଏହା ପୂର୍ବରୁ ସେ କେବେ ମୁଖ୍ୟ ଭୂମିକାରେ ଅଭିନୟ କରିନାହାନ୍ତି । ନୋରା ଏ ନୂଆ ସୁଯୋଗର କେମିତି ବ୍ୟବହାର କରୁଛନ୍ତି ଆଗକୁ ଦେଖିବାକୁ ବାକି ରହିଛି ।

ନୋରା ଅଜୟ ଦେବଗନଙ୍କ ସହ ଏ ଫିଲ୍ମରେ କାମ କରିବା ପାଇଁ ବେଶ ଖୁସି ଅଛନ୍ତି ବୋଲି କହିଛନ୍ତି । ‘ଭୁଜ୍-ଦ ପ୍ରାଇଡ ଅଫ୍ ଇଣ୍ଡିଆ’ରେ ସଂଜୟ ଦତ୍ତ, ରାଣା ଦଗୁପତୀ ଏବଂ ସୋନାକ୍ଷୀ ସିହ୍ନା ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ । ଏହି ଫିଲ୍ମର କାହାଣୀ 1971 ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ଉପରେ ଆଧାରିତ ହେଉଛି ।


ସେୟାର କରନ୍ତୁ