ନିଜର ଏହି ମୁଭି ପାଈଁ ଓଜନ କମଉଛନ୍ତି ମିଷ୍ଟର ପର୍ଫେକ୍ଟଷ୍ଟନିଷ୍ଟି ଅମୀର ଖାନ

ସିନେମା
ସେୟାର କରନ୍ତୁ

ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ପାଇଁ ନିଜର ଓଜନ ପ୍ରାୟ 20 କିଲୋ ବୃଦ୍ଧି କରିଥିଲେ । ଏବେ କିନ୍ତୁ ଆଉ କିଛି ସିନ୍‌ର ଶୁଟିଂ ପାଇଁ ତାଙ୍କୁ ଓଜନ କମାଇବାକୁ ପଡୁଛି।

ଏଥିପାଇଁ ସେ ଦିନକୁ ପ୍ରାୟ 10ରୁ 13 କିଲୋମିଟର ଦୌଡୁଥିବା ଶୁଣିବାକୁ ମିଳିଛି । ହେଲେ ଏଥିପାଇଁ ଯେଉଁ କଷ୍ଟ କରିବାକୁ ପଡୁଛି ସେଥିପାଇଁ ବି ସେ ଔଷଧ ସେବନ କରୁଛନ୍ତି ବୋଲି କୁହାଯାଉଛି । ଅସଲ କଥା ହେଲା ଏବେ ଆମିର ‘ଲାଲ ସିଂ ଚଡ୍ଡା’ର ଏକ ବିଶେଷ ସିକ୍ୱୁଏନ୍ସର ଶୁଟିଂରେ ବ୍ୟସ୍ତ ଅଛନ୍ତି ।

ଏଥିପାଇଁ ତାଙ୍କୁ ଭିନ୍ନ ଭିନ୍ନ ସ୍ଥାନକୁ ମଧ୍ୟ ଯିବାକୁ ପଡୁଛି । ଆଉ ବିଭିନ୍ନ ସ୍ଥାନକୁ ଯାଇ ଶୁଟିଂ କରୁଥିବାରୁ ଯେଉଁ ପରିଶ୍ରମ ହେଉଛି ସେଥିପାଇଁ ସେ ମେଡିସିନ ମଧ୍ୟ ନେଉଛନ୍ତି । କାରଣ ସେ ଏହି ଶୁଟିଂକୁ କୌଣସି ପରିସ୍ଥିତିରେ ବନ୍ଦ କରିବାକୁ ଚାହୁଁ ନ ଥିବା କୁହାଯାଉଛି ।


ସେୟାର କରନ୍ତୁ