ହାର୍ଟ ଆଟାକରୁ ବର୍ତ୍ତିବା ପାଈଁ କରନ୍ତୁ ଏପରି

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିିତା ପାଇଁ କେତେକଙ୍କଠାରେ ହାର୍ଟ ସମସ୍ୟା ଦେଖାଦେଇଥାଏ। ତେବେ ଏହା ସହଜରେ ଦୂର କରିବା ପାଇଁ ପ୍ରତି ମାସରେ ଥରେ କାନ୍ଦିଲେ ସୁଫଳ ମିଳିଥାଏ। ଏନେଇ ଆମେରିକା ମିନେସୋଟା ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। କାନ୍ଦିଲେ ମାନସିକ ଶାନ୍ତି ମିଳିଥାଏ। କାନ୍ଦିବା ସମୟରେ ଶରୀରରେ ଆଣ୍ଡ୍ରୋନୋକ୍ରାଟିକୋଟ୍ରାପିକ୍‌ ଓ ଲ୍ୟୁସିନ୍‌ ନାମକ ହରମୋନ୍‌ କ୍ଷରଣ ହୋଇଥାଏ। ଏହାକୁ ଷ୍ଟ୍ରେସ୍‌ ହରମୋନ୍‌ କୁହାଯାଇଥାଏ। ଏହାଦ୍ୱାରା ମାନସିକ ଚାପରୁ ମୁକ୍ତି ମିଳେ। ସେହିପରି କାନ୍ଦିବା ଦ୍ୱାରା ଆଖିରେ ଥିବା ମଇଳା ବାହାରି ଆସେ। ଲୁହରେ ଲାଇସୋଜାଇମ୍‌ ନାମକ ଏକ ପ୍ରକାର ରାସାୟନିକ ପଦାର୍ଥ ରହିଥାଏ। ଏହା ଅପକାରୀ ବ୍ୟାକ୍ଟେରିଆକୁ ନଷ୍ଟ କରେ। କାନ୍ଦିବା ଯୋଗୁ ମନ ହାଲକା ହେବା ଦ୍ୱାରା ନୂଆ ଚିନ୍ତାଧାରା ସୃଷ୍ଟି ହୁଏ । କାନ୍ଦିବା ଦ୍ୱାରା ବ୍ୟକ୍ତିତ୍ୱ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି ଅନେକ କୁହନ୍ତି। ମାତ୍ର ଏହାଦ୍ୱାରା ମନର ବୋଝ କମେ । ଫଳରେ ରକ୍ତଚାପ ସ୍ବାଭାବିକ ହୋଇ ହାର୍ଟ ଆଟାକ୍‌ ସମସ୍ୟା ଦୂର ହୋଇଥାଏ। କାନ୍ଦିବା ପାଇଁ କୌଣସି ଦୁଃଖଦ ଫିଲ୍ମ ଦେଖିବା ଆବଶ୍ୟକ। ଏହାଯୋଗୁ କାନ୍ଦ ମାଡ଼ିଥାଏ ବୋଲି ଏହି ଗବେଷଣା ରିପୋର୍ଟରେ ଦର୍ଶାଯାଇଛି।

SHARE


ସେୟାର କରନ୍ତୁ