ଜେଏନୟୁରେ ହୋଇଥିବା ହିଂସା କାଣ୍ଡକୁ ନେଇ କଣ ଲେଖିଛନ୍ତି ଆୟୁଷ୍ମାନ,ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ଆମ ଦେଶ ରାଜଧାନୀର ହୃଦୟ ଉପରେ ଗଢି ଉଠିଛି ଏକ ବଡ଼ ଶିକ୍ଷାନୁଷ୍ଠାନ ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ ‘ଜେଏନୟୁ’ । ଏହି ଶିକ୍ଷାନୁଷ୍ଠାନରେ କିଛି ଦୁର୍ବୃତ୍ତ ମୁଖା ପିନ୍ଧି କରି ଭିତରକୁ ପଶି ମାର୍‌ପିଟ୍ କରିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଏବଂ ଗଭୀର ଆଘାତ ଦେଇଛି । ଏହି ମାଡ଼ ପିଟର କିଛି ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରଲ ହେବା ସହ ବିଦେଶୀ ମିଡିଆରେ ବାଜିଛି ।

ଏଭଳି ହିଂସାକାଣ୍ଡ ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଏହି ଘଟଣାକୁ କଡ଼ା ନିନ୍ଦା କରୁଅଛନ୍ତି । ଏହି ଘଟଣାକୁ ନେଇ ମଧ୍ୟ କିଛି ବଲିଉଡ୍‌ ସେଲେବ୍ରିଟି ନିଜର ପ୍ରତିକ୍ରିୟା ଦେଇଛନ୍ତି ।

କେହି କେହି ବଲିଉଡ୍‌ ସେଲେବ୍ରିଟି ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ତ ଆଉ କିଛି ସେଲେବ୍ରିଟି ଏହା ବିରୋଧରେ ରାଜରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ଜାତୀୟ ପୁରସ୍କାର ବିଜେତା ଆକ୍ଟର ଆୟୁଷ୍ମାନ୍‌ ଖୁରାନା ଉକ୍ତ ଘଟଣାକୁ ନେଇ ଏକ ଦେଶାତ୍ମକ କବିତା ଲେଖିଛନ୍ତି ।

ସେ ଏହି କବିତା ମାଧ୍ୟମରେ ଲେଖିଛନ୍ତି ଯେ, ‘ମଣିଷପଣିଆ ଠାରୁ ବଡ଼ ଆଉ କିଛି ନୁହେଁ, ଧର୍ମ ନୁହେଁ, ଧନ ନୁହେଁ, ରାଜନୀତି ନୁହେଁ,ବିରାସତ ନୁହେଁ । ଯଦି କେହି ନୂଆ ଚିନ୍ତାଧାରା ଆଣୁଛନ୍ତି ତେବେ ତାହା ଭିନ୍ନ ହେଇଥାଉ ନା କାହିଁକି, ତେବେବି ତୁମର ସେଇ ଚିନ୍ତାଧାରକୁ ଛଡ଼ାଇ ନେବାର କୌଣସି ଅଧିକାର ନାହିଁ । ଏହା ହିଁ ଭାରତର ଗଣତନ୍ତ୍ର । ଆଉ ଏଥିରେ କାହାର ସନ୍ଦେହ ନାହିଁ ।’

ସୂଚନା ମୁତାବକ, ବର୍ତ୍ତମାନ ଆୟୁଷ୍ମାନ ନିଜର ପତ୍ନୀ ତାହିରା ଏବଂ ପିଲାମାନଙ୍କ ସହ ଆମେରିକାକୁ ଛୁଟି କାଟିବାକୁ ଯାଇଛନ୍ତି । ତେବେ ସେଠାକାର ପରିବେଶର ସୋଶାଲ୍‌ ମିଡିଆରେ ତାଙ୍କର କିଛି ଫଟୋ ଭାଇରାଲ୍‌ ହେଉଛି ।

କିଛିଦିନ ତଳେ ଆୟୋଜିତ ହୋଇଥିବା 66ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଆୟୁଷ୍ମାନଙ୍କୁ 2018 ବର୍ଷ ଲାଗି ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନିତ କରାଯାଇଅଛି । ଏହି ସମ୍ମାନ ତାଙ୍କୁ ଫିଲ୍ମ ‘ଅନ୍ଧାଧୁନ୍’ ପାଇଁ ମିଳିଛି । ତାଙ୍କର ଆଗକୁ ଆଉ କିଛି ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ଓ ‘ଗୁଲାବୋ ସିତାବୋ’ ରିଲିଜ୍‌ ହେବାର ରହିଛି ।


ସେୟାର କରନ୍ତୁ