MP ପରେ ଛତିଶଗଡ଼ରେ ମଧ୍ୟ ଟାକ୍ସ ଫ୍ରି ହେଲା, ଦୀପିକାଙ୍କ ଫିଲ୍ମ ‘ଛପାକ୍’

ସିନେମା
ସେୟାର କରନ୍ତୁ

ନୂଆଦିଲ୍ଲୀ : ଦୀପିକା ପାଦୁକୋନଙ୍କର ‘ଛପାକ୍’ ଫିଲ୍ମ ରିଲିଜ୍ ପୂର୍ବରୁ ଚର୍ଚ୍ଚାରେ ରହିଛି । ଏବେ ଫିଲ୍ମକୁ ମଧ୍ୟପ୍ରଦେଶରେ ଟାକ୍ସ ଫ୍ରି କରିଦିଆଯାଇଛି । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଏ ନେଇ ସୋସିଆଲ ମିଡିଆରେ ଜାନକାରୀ ଦେଇଛନ୍ତି । ଏହା ପରେ ମଧ୍ୟ କଂଗ୍ରେସ ଶାସନରେ ଥିବା ଛତିଶଗଡ଼ ସରକାର ମଧ୍ୟ ଏହି ଫିଲ୍ମକୁ ଟାକ୍ସ ଫ୍ରି କରିବାର ଘୋଷଣା କରିଅଛି ।

office of kamal nath.ଙ୍କ ଟୁଇଟର ଆକାଉଣ୍ଟରେ ଲେଖାଯାଇଛି,ଦୀପିକା ପାଦୁକୋନ୍ ଅଭିନୀତ ଏସିଡ ଅଟାକ ଉପରେ ବନିଥିବା ଫିଲ୍ମ ‘ଛପାକ୍’ ଯେ 10ଜାନୁୟାରୀକୁ ସିନେମା ଘରେ ରିଲିଜ୍ ହେବେକୁ ଯାଉଛି, ଏହାକୁ ମଧ୍ୟପ୍ରଦେଶରେ ଟାକ୍ସ ଫ୍ରି କରିବାର ଘୋଷଣା କରାଯାଉଛି ।

ଆଗକୁ ଲେଖିଲେ-ଏହି ଫିଲ୍ମ ସମାଜରେ ଏସିଡ ପୀଡିତ ମହିଳା ମାନଙ୍କୁ ନେଇକରି ଏକ ସକାରାତ୍ମକ ସନ୍ଦେଶ ଦେବା ସାଥ-ସାଥ ସେହି ପୀଡା ସାଥିରେ ଆତ୍ମବିଶ୍ୱାସ, ସଂଘର୍ଷ, ଓ଼ମିଦ ଏବଂ ବଞ୍ଚିବାର କାହାଣୀ ଉପରେ ଆଧାରିତ ଅଟେ । ଏଭଳି ମାମଲାରେ ସମାଜର ଚିନ୍ତାକୁ ବଦଳେଇବାର ସନ୍ଦେଶ ଉପରେ ଆଧାରିତ ଅଟେ ।

କଣ ଅଟେ ଫିଲ୍ମର କାହାଣୀ ?
ଫିଲ୍ମ ‘ଛପାକ୍’ର କାହାଣୀ ମାଳତୀ ଅଗ୍ରୱାଲ ଅଗ୍ରୱାଲ୍ (ଦୀପିକା ପାଦୁକୋନ୍)ଙ୍କର ଅଟେ, ଯାହାଙ୍କ ଉପରେ ଏସିଡ ଅଟାକ କରାଯାଇଛି । ମାଳତୀର ପୁରା ଚେହେରା ଜଳି ଯାଇଛି ଏବଂ ତାଙ୍କର ଜୀବନ ବର୍ବାଦ ହୋଇଯାଇଛି । ଲୋକମାନେ ସନ୍ଦେହ ତାଙ୍କର ବୟଫ୍ରେଣ୍ଡ ରାଜେଶ (ଅଙ୍କିତ ବିଷ୍ଣୁ )ଙ୍କ ଉପରକୁ ଯାଉଛି । କିନ୍ତୁ ମାଳତୀର ଦୋଷୀ ରାଜେଶ ନୁହେଁ ତେବେ ତାହାର ଜଣାଶୁଣା ବବୁ ଯଥା ବସିର ଖାନ ଏବଂ ତାହାର ବନ୍ଧୁ ପରବୀନ ଶେଖ ଅଟେ । ଫିଲ୍ମରେ ମାଳତୀ କେମିତି ସ୍ଟଗଲ କରୁଛି ତାହା ଦେଖାଯାଇଛି ।

ଏହି ମୁବିରେ ଦୀପିକା ପାଦୁକୋନ୍ ଏବଂ ବିକ୍ରାନ୍ତ ମେସି ମୁଖ୍ୟ ଭୂମିକାରେ ଅଛନ୍ତି । ଏହି ଫିଲ୍ମକୁ ମେଘନା ଗୁଲଜାର୍ ନିର୍ଦେଶନା ଦେଇଛନ୍ତି । ଫିଲ୍ମରେ ଦୀପିକା ପାଦୁକୋନ୍ ଏସିଡ ଆଟେକ ପୀଡିତାର ଭୂମିକାରେ ଅଛନ୍ତି । ଏଥିରେ ବିକ୍ରାନ୍ତ ମେସି ତାଙ୍କର ପାଟନର ଏବଂ ସୋସିଆଲ ଏକ୍ଟିବିଟସ୍ ଭୂମିକାରେ ଅଛନ୍ତି ।


ସେୟାର କରନ୍ତୁ