ଗୋଟିଏ ଦିନରେ ରିଲିଜ ହେଉଛି ଅଜୟ ଓ ଦୀପିକାଙ୍କ ଫିଲ୍ମ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ବର୍ଷ 2020 ଆରମ୍ଭ ହୋଇଯାଇଛି ଓ ବକ୍ସ ଅଫିସର ପ୍ରଥମ କ୍ଲାସ ମଧ୍ୟ ସାମ୍ନାରେ ଅଛି । ଆସନ୍ତାକାଲି 10 ଜାନୁୟାରୀରେ ଦୁଇ ଦୁଇଟି ବଡ଼ ଫିଲ୍ମ ରିଲିଜ୍‌ ହୋଇ ପରଦା ଉପରକୁ ଆସିବ । ଏ ଦୁଇଟିଯାକ ଫିଲ୍ମ ସତ୍ୟ ଘାଟଣା ଉପରେ ଆଧାରିତ ହୋଇଛି । ଏହି ଫିଲ୍ମ ଦୁଇଟି ହେଉଛି ଦୀପିକା ପାଦୁକୋନ୍‌ଙ୍କ ‘ଛପାକ୍’ ଓ ଅଜୟ ଦେବଗନ୍‌ଙ୍କ ‘ତାନାଜୀ’ । ଦୀପିକା ପାଦୁକୋନ୍‌ଙ୍କ ‘ଛପାକ୍’ ଫିଲ୍ମ ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କ ଉପରେ ନିର୍ମାଣ ହୋଇଛି ।

ସେହିପରି ଅଜୟ ଦେବଗନଙ୍କ ତାନାଜୀ ଛତ୍ରପତି ଶିବାଜୀ ମହାରାଜଙ୍କ ମରାଠା ସେନା ଉପରେ ଆଧାରିତ ହୋଇଛି । ଗୋଟେପଟେ ‘ତାନାଜୀ’ରେ ଅଜୟ ଦେବଗନ୍, କାଜୋଲ, ସୈଫ୍ ଅଲ୍ଲୀ ଖାନ୍ ଶରଦ ଖେଲ୍‌କରଙ୍କ ଭଳି ଦମ୍‌ଦାର୍‌ ଷ୍ଟାର୍‌କାଷ୍ଟ ଥିବାବେଳେ ‘ଛପାକ୍‌’ର ୟୁଏସ୍‌ବି କିନ୍ତୁ କେବଳ ଦୀପିକା ପାଦୁକୋନ୍‌ । ହେଲେ ତଥାପି ଫିଲ୍ମଟଇ ‘ତାନାଜୀ’ ଉପରେ ଭାରି ପଡ଼ିପାରେ । ଉଭୟ ଫିଲ୍ମର ଟ୍ରେଲର୍‌କୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି ।

ଛପାକ୍: ଏସିଡ୍ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କ ଉପରେ ନିର୍ମାଣ ହୋଇଛି ଫିଲ୍ମ ‘ଛପାକ୍’ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ମେଘନା ଗୁଲଜାର୍‌ । ନିର୍ଦେଶକ ମେଘନା ଗୁଲଜାର୍‌ଙ୍କ ସହ ଦୀପିକା ପ୍ରଥମ ଥର ପାଇଁ ହାତ ମିଳାଇଛନ୍ତି । ଏହି ଫିଲ୍ମରେ ଦୀପିକାଙ୍କ ସହ ବିକ୍ରାନ୍ତ ମେସିଙ୍କୁ ଲିଡ୍ ରୋଲ୍‌ରେ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମରେ ଦୀପିକାଙ୍କ ଲୁକ୍‌ ଏକଦମ୍‌ ଲକ୍ଷ୍ମୀଙ୍କ ଭଳି ରହିଛି । ଏହି ଫିଲ୍ମରେ ଦୀପିକା ପାଦୁକୋନ୍‌ ଅଭିନୟ କରିବା ସାଙ୍ଗକୁ ପ୍ରଯୋଜନା କ୍ଷେତ୍ରରେ ମଧ୍ୟ ପାଦ ଥାପିଛନ୍ତି ।

ତାନାଜୀ : ସେହିପରି ଅଜୟ ଦେବଗନଙ୍କ ତାନାଜୀ ମଧ୍ୟ ଆସନ୍ତାକାଲି ପରଦାକୁ ଆସିବା ଫିଲ୍ମରେ ଅଜୟଙ୍କ ସହ କାଜୋଲ ଓ ସୈଫ ଅଲ୍ଲୀ ଖାନ୍ ମୁଖ୍ୟ ଭୂମିକାରେ ଅଛନ୍ତି । ଏହି ସିନେମାଟି ମରାଠା ସାମ୍ରାଜ୍ୟର ମହାନ ଯୋଦ୍ଧା ତାନାଜୀ ମାଲୁସରେଙ୍କ ଉପରେ ତିଆରି ହୋଇଛି । ସେ ଛତ୍ରପତି ଶିବାଜୀ ମହାରାଜଙ୍କ ସହ ଅନେକ ଯୁଦ୍ଧରେ ସାମିଲ୍‌ ହୋଇଛନ୍ତି ।

ବିଶେଷ କରି 1670 ମସିହାରେ ହୋଇଥିବା ସିହ୍ନାଗଡ଼ ଯୁଦ୍ଧ ପାଇଁ ତାଙ୍କୁ ସ୍ମରଣ କରାଯାଏ । ଏହି ଫିଲ୍ମଟି ଅଜୟଙ୍କର 100ତମ ଫିଲ୍ମ । ଏହା ବ୍ୟତୀତ ଏହି ଫିଲ୍ମରେ ପ୍ରାୟ 9 ବର୍ଷ ପରେ ଅଜୟ ଓ କାଜୋଲ ପୁଣିଥରେ ଏକାଠି ପରଦାରେ ନଜର ଆସିବେ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଓମ୍ ରାୱତ୍ ।


ସେୟାର କରନ୍ତୁ