ହଙ୍ଗାମା-2 ର ସୁଟିଙ୍ଗ ଆରମ୍ବ

ସିନେମା
ସେୟାର କରନ୍ତୁ

ହଙ୍ଗାମାର ପ୍ରଥମ ପାର୍ଟ ରିଲିଜ ହେଲା ପରେ ଏବେ ପୁଣି ଏହାର ଦିତୀୟ ପାର୍ଟ ନିର୍ମାଣ ହେବାକୁ ଯାଉଛି ୲ ଏହା ପୁଣିଥରେ ଦର୍ଶକଙ୍କ ଦ୍ଵାରା ଭଲ ଅଦ୍ରୂତ ହୋଇପାରିବ ବୋଲି ଏହାର ନିର୍ମାତା ଆଶା ରଖିଛନ୍ତି ୲ ତେବେ ଏହାରି ଭିତରେ ଖୁବଶୀଘ୍ର ହଙ୍ଗମା ପାର୍ଟ 2ର ସୁଟିଙ୍ଗ ଆରମ୍ବ ହେବ ବୋଲି ଜଣାପଡ଼ିଛି ୲

ଖୁବ ଶ୍ରୀଘ୍ର ବଲିଉଡ଼ରେ ଅନ୍ୟ ଏକ ସିକ୍ୱେଲ ସିନେମା ଦେଖିବାକୁ ମିଳିବ । ସିନେମାର ନାଁ ରହିଛି ‘ହଙ୍ଗାମା 2’। ଏହାର ପ୍ରଥମ ଭାଗ 2003 ରେ ରିଲିଜ ହୋଇଥିଲା । ହଙ୍ଗାମାରେ ଅକ୍ଷୟ କୁମାର, ରିମି ସେନ୍‌, ଅଫତାବ ଶିବଦାସାନୀ, ପରେଶ ରାଓ୍ଵଲ ଓ ସୋମା ଆନନ୍ଦ ପ୍ରମୁଖ ଚମତ୍କାର ଅଭିନୟ କରି ଦର୍ଶନଙ୍କ ମନ ଜିଣିଥିଲେ ।

ପ୍ରିୟଦର୍ଶନ ଏବେ ‘ହଙ୍ଗାମା 2’ରେ ଏକ ନୂତନ କାହାଣୀକୁ ନେଇ ପୁଣିଥରେ ଆସୁଛନ୍ତି । ସିନେମାର ସୁଟିଂ ଆରମ୍ଭ ହୋଇଛି । ‘ହଙ୍ଗାମା 2’ରେ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ନଜର ଆସିବେ । ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି ।

ଭିଡିଓ ସେୟାର କରି ଶିଳ୍ପା ଲେଖିଛନ୍ତି ‘ନୂଆ ଆରମ୍ଭ ହଙ୍ଗାମା 2, ଦିନ 1, ଖୁସି ଅଛି। ନର୍ଭସ ରହିଛି, ଜୋଶ୍‌ ରହିଛି, ଟେନ୍‌ସନ୍‌ ବି ଅଛି, ବିନମ୍ର ଅଛି ଓ ନିଜକୁ ଭାଗ୍ୟଶାଳୀ ମନେ କରୁଛି । ଅନେକ ଗୁଡ଼ିଏ ଭାବନାକୁ ଏକାଠି ଅନୁଭବ କରୁଛି । ଏହି ନୂଆ ଯାତ୍ରା ପାଇଁ ଆପଣ ସମସ୍ତଙ୍କ ଆଶୀର୍ବାଦ କାମନା କରୁଛି । ଆପଣଙ୍କ ଶିଳ୍ପା ସେଟ୍ଟୀ କୁନ୍ଦ୍ରା।’

ସୂଚନାଯୋଗ୍ୟ ଯେ, କମେଡି ସିନେମା ହଙ୍ଗମା 2ର ପ୍ରଥମ ପୋଷ୍ଟର କିଛି ଦିନ ତଳେ ରିଲିଜ୍‌ ହୋଇଥିଲା। ଏଥିରେ ପରେଶ ରାଓ୍ଵଲଙ୍କ ସହ ଶିଳ୍ପା ସେଟ୍ଟୀ କୁନ୍ଦ୍ରା, ମିଜାନ ଜାଫରୀ ଓ ପ୍ରଣିତା ସୁବାସ ନଜର ଆସିଥିଲେ। ଗତ ଥର ପରେଶ ରାଓ୍ଵଲଙ୍କ ବିପକ୍ଷରେ ସୋମା ଆନନ୍ଦ ନଜର ଆସିଥିଲେ । ପ୍ରିୟଦର୍ଶନ ସିନେମାଟିର ନିର୍ଦ୍ଦେଶନା ଭାର ଉଠାଇଛନ୍ତି ।


ସେୟାର କରନ୍ତୁ