ସଚିନ ତେନ୍ଦୁଲକରଙ୍କ ରେକର୍ଡ ଠାରୁ ଗୋଟିଏ ଶତକ ଦୂରରେ ବିରାଟ କୋହିଲି, କଣ ମୁମ୍ବାଇରେ କରିବେ କମାଲ

ଖେଳ
ସେୟାର କରନ୍ତୁ

ମୁମ୍ବାଇ : ବିରାଟ କୋହିଲି ମଙ୍ଗଳ ବାରରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଖେଳିବାକୁଥିବା ପ୍ରଥମ ୱାନଣ୍ଡେରେ ସଚିନ ତେନ୍ଦୁଲକରଙ୍କ ଏକ ବଡ଼ ରେକର୍ଡର ବରାବର କରିପାରନ୍ତି । କୋହିଲି ଯଦି ଭାରତରେ ଆଉ ଗୋଟିଏ ଶତକ ମାରନ୍ତି ତେବେ ସେ ଘରୋଇ ମାଟିରେ ତେନ୍ଦୁଲକରଙ୍କ ବରାବର ଶତକ ଜମାନେ ଵାଲା ବ୍ୟାଟ୍ସମ୍ୟାନ ଵନିଯିବେ ।

ଦିନିକିଆ ଫର୍ମାଟରେ ମୋଟ୍ 49 ଶତକ କରିଥିବା ତେନ୍ଦୁଲକର ଭାରତ ମାଟିରେ ଏଥିରୁ 20ଟି ଶତକ ହାସଲ କରିଛନ୍ତି । କୋହଲି ଏପର୍ଯ୍ୟନ୍ତ ନିଜ ଘରୋଇ ମାଟିରେ 19 ଶତକ ହାସଲ କରିପାରିଛନ୍ତି । କୋହିଲି ଯେବେଠାରୁ ଖେଳୁଛନ୍ତି ସେବେଠାରୁ ସେ ଦ୍ରୁତ ଗତିରେ ରନ ସଂଗ୍ରହ କରିଚାଲିଛନ୍ତି । ସେ ଅନ୍ତ୍ରରାଷ୍ଟୀୟ ସ୍ତରରେ ସବୁଠାରୁ ଦ୍ରୁତ ଗତିରେ 11,000 ରନ ବାନେଇଥିବା କ୍ୟାପଟେନର ରେକର୍ଡ ନିଜ ନାମରେ କରିଛନ୍ତି ।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ମଙ୍ଗଳ ବରରୁ ହେବାକୁ ଯାଉଅଛି । ସିରିଜର ପ୍ରଥମ ମ୍ୟାଚ ମୁମ୍ବାଇର ୱାନଖେଡ଼ ଷ୍ଟେଡିୟମରେ ଖେଳାଯିବ । ଟିମ ଇଣ୍ଡିଆ ଉପରେ ଏହି ସିରିଜକୁ ଜିତିବାର ଦବାଵ ରହିଛି । ପୂର୍ବ ବର୍ଷ ମାର୍ଚ୍ଚ 2019ରେ ଭାରତକୁ ନିଜ ଘରରେ ଅଷ୍ଟ୍ରେଲିଆ ହାତରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ 2-3ରେ ହାରର ସାମ୍ନା କରିବାକୁ ପଡିଥିଲା ।


ସେୟାର କରନ୍ତୁ