ତିନି ସପ୍ତାହ ହୋଇଥିଲେ ମଧ୍ୟ ‘ଗୁଡ୍‌ ନ୍ୟୁଜ୍’ର ବକ୍ସ ଅଫିସ୍‌ କଲେକ୍ସନ ଜାରି

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ଅକ୍ଷୟ କୁମାର ଓ କରୀନା କପୁରଙ୍କ ଷ୍ଟାରର ଫିଲ୍ମ ଡିସେମ୍ବର 27ରେ ରିଲିଜ୍‌ ହୋଇଥିଲା । ରିଲିଜ୍‌ ହେବାର 3 ସପ୍ତାହ ହୋଇଥିଲେ ମଧ୍ୟ ଏହା ବକ୍ସ ଅଫିସ୍‌ରେ ଜବରଦସ୍ତ ଧମାଲ କରି ଚାଲୁଛି । ଏହା ଗତକାଲି ମଧ୍ୟ ଫିଲ୍ମଟି 1 କୋଟି ଟଙ୍କାରୁ ଅଧିକ ଆୟ କରିଛି । ଏହା କେବଳ ଭାରତରେ ନୁହେଁ ବିଦେଶ ମାଟିରେ ମଧ୍ୟ ଦର୍ଶକମାନେ ମଧ୍ୟ ଏହାକୁ ଖୁବ ପସନ୍ଦ କରୁଛନ୍ତି । ଟ୍ରେଣ୍ଡ ଏନାଲିଷ୍ଟ ତରଣ ଆଦର୍ଶଙ୍କ ସୂଚନା ମୁତାବକ, ‘ଗୁଡ୍‌ ନ୍ୟୁଜ୍‌’ ଜାନୁଆରୀ 13 ସୁଦ୍ଧା ବିଦେଶରେ 69. 25 କରୋଡ ଟଙ୍କାର ବିଜନେସ କରିପାରିଛି ।

ନିକଟରେ ଦୁଇ ଦୁଇଟି ବଡ଼ ଫିଲ୍ମ ‘ତାନାଜୀ’ ଓ ‘ଛପାକ୍’ ରିଲିଜ୍‌ ସତ୍ୱେ କମେଡି ଓ ଇମୋସନ୍‌ରେ ଭର୍ତ୍ତି ଥିବା ଅକ୍ଷୟଙ୍କ ଏହି ଫିଲ୍ମର ଯାଦୁ ଏଯାଏଁ ଫିକା ପଡ଼ି ନାହିଁ । ଏହି ଫିଲ୍ମକୁ ଦର୍ଶକମାନେ ମଧ୍ୟ ଖୁବ ପସନ୍ଦ କରୁଛନ୍ତି । ଫିଲ୍ମ ସମୀକ୍ଷକ ତରଣ ଆଦର୍ଶଙ୍କ ସୂଚନା ଅନୁଯାୟୀ ‘ଗୁଡ୍‌ ନ୍ୟୁଜ୍’ ଗତ ରବିବାର ସୁଦ୍ଧା ଭାରତରେ 190 କୋଟି ଟଙ୍କାରୁ ଅଧିକ ଆୟ କରି ସାରିଛି ।

ଏହି ଫିଲ୍ମଟି ଖୁବ୍‌ଶୀଘ୍ର 200 କରୋଡ କ୍ଲବରେ ସାମିଲ୍‌ ହେବ ବୋଲି ଆଶା କରାଯାଉଛି । ଫିଲ୍ମଟି ଓପନିଂ ଡେ’ରେ 17 କରୋଡର ଜବରଦସ୍ତ ଆୟ କରିଥିଲା । ଏହା2019ରେ ଅକ୍ଷୟଙ୍କର ଚତୁର୍ଥ ବିଗ୍‌ ହିଟ୍‌ ଫିଲ୍ମ ହୋଇଛି । ଏହା ପୂର୍ବରୁ ତାଙ୍କ ଫିଲ୍ମ ‘କେଶରୀ’, ‘ହାଉସ୍‌ଫୁଲ୍‌ 4’ ଓ ‘ମିଶନ୍‌ ମଙ୍ଗଲ୍‌’ ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି ।

ରାଜ୍‌ ମେହତା ନିର୍ଦେଶିତ ଭରପୁର କମେଡି ଥିବା ଫିଲ୍ମ ‘ଗୁଡ୍‌ ନ୍ୟୁଜ’ରେ ଅକ୍ଷୟ କୁମାର ଓ କରୀନା କପୁର ସ୍ୱାମୀସ୍ତ୍ରୀ ଭୂମିକାରେ ବେଳେ କିଆରା ଆଡ଼ଭାନୀ ଓ ଦଲ୍‌ଜିତ୍‌ ଦୋଷାଞ୍ଝ ମଧ୍ୟ ଏହି ଫିଲ୍ମରେ ସ୍ୱାମୀସ୍ତ୍ରୀ ଭୂମିକାରେ ଅଭିନୟ କରିଛନ୍ତି ।

ଏହି ଫିଲ୍ମରେ ଦେଖିବାକୁ ମିଳିଛି ଯେ ‘ବତ୍ରା’ ଉପନାମ ଥିବା ଦୁଇ ଦମ୍ପତିଙ୍କର କୌଣସି ସନ୍ତାନ ହେଉ ନଥିବାରୁ ସେମାନେ ଗୋଟିଏ ଘରୋଇ କ୍ଲିନିକ୍‌କୁ ଆଇଭିଏଫ୍‌ କରିବାପାଇଁ ଯାଇଛନ୍ତି । କିନ୍ତୁ ଏହିଠାରେ ଏକ ଘଟଣା ଘଟିଅଛି,ତେବେ ସମାନ ଉପନାମ ଥିବା ଯୋଗୁ ଭୁଲ୍‌ବଶତଃ ଶୁକ୍ରାଣୁ ଅଦଳବଦଳ ହୋଇଯାଇଛି । ଆଉ ଏହା ପରେ ଦେଖିବାକୁ ମିଳିଛି କନ୍‌ଫ୍ୟୁଜନ୍‌ ।


ସେୟାର କରନ୍ତୁ