‘ଲଭ ଆଜ କଲ-2’ର ଟ୍ରେଲର ହେଲା ରିଲିଜ, କାର୍ତ୍ତିକ ଏବଂ ସାରାଙ୍କ ମଧ୍ୟରେ ଜବରଦସ୍ତ ଲଭ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଓ ଅଭିନେତା କାର୍ତ୍ତିକ ଆର୍ୟନ ଅପକମିଂ ଫିଲ୍ମ ‘ଲଭ ଆଜ୍‌ କଲ-2’ର ଟ୍ରେଲର ରିଲିଜ ହୋଇଛି । ଏହି ପୋଷ୍ଟରରେ କାର୍ତ୍ତିକ ଆର୍ୟନ ଓ ସାରା ଅଲ୍ଲୀ ଖାନଙ୍କ ମଧ୍ୟରେ ଜବରଦସ୍ତ ଲଭ ପ୍ୟାର ନଜର ଆସୁଛି । ଇମ୍‌ତିଆଜ ଅଲ୍ଲୀଙ୍କ ଫିଲ୍ମ ‘ଲଭ ଆଜ କଲ-2″ରେ କାର୍ତ୍ତିକ ଓ ସାରାଙ୍କୁ ପ୍ରଥମ ଥର ପାଇଁ ଏକା ସାଙ୍ଗରେ ଦେଖିବାକୁ ମିଳିବ । ଏହି ପୋଷ୍ଟରକୁ ମଧ୍ୟ କାର୍ତ୍ତିକ ଆର୍ୟନ ସେୟାର କରିଛନ୍ତି ।

ସୋସିଆଲ ମିଡିଆରେ ଏହି ଫିଲ୍ମର ପୋଷ୍ଟର ମଧ୍ୟ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଉଭୟଙ୍କ ଲଭ ରୋମାଣ୍ଟିକ୍‌ ପୋଜ୍‌ ଗୁଡିକ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଇଣ୍ଟରନେଟ୍‌ରେ ହଇଚଇ ସୃଷ୍ଟି କରୁଛି । ଫିଲ୍ମରେ ଉଭୟଙ୍କର ସିଜ୍‌ଲିଂ କେମେଷ୍ଟ୍ରି ଦେଖିବାକୁ ମିଳିବ । ଫେବୃଆରୀ ମାସ ଭେଲେଣ୍ଟାଇନ୍‌ ଡେ ତଥା 14 ତାରିଖରେ ଏହି ଫିଲ୍ମଟି ମୁକ୍ତିଲାଭ କରିବାକୁ ଯାଉଛି ।

ସାରା-କାର୍ତ୍ତିକଙ୍କ ବ୍ୟତୀତ ଫିଲ୍ମରେ ରଣଦୀପ ହୁଡ୍ଡା ଏବଂ ଆରୁଷି ଶର୍ମା ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । 2009 ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ଲଭ ଆଜ୍‌ କଲ୍‌’ର ସିକ୍ବାଲ ହେଉଛି ଏହି ଫିଲ୍ମ । ପୂର୍ବ ଫିଲ୍ମରେ ସୈଫ ଅଲ୍ଲୀ ଖାନ ଏବଂ ଦୀପିକା ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।


ସେୟାର କରନ୍ତୁ