ଆପଣ ସମସ୍ତେ ଜାଣିଥିବେ ପୁରା ଦୁନିଆରେ ବହୁତ ପ୍ରକାରର ରୋଗ ଦେଖା ଯାଇଥାଏ, ଆଜିର ସମୟରେ ଏକ ଏମିତି ରୋଗ ଅଛି ଯିଏ ପୁରା ଦୁନିଆରେ ବହୁତ ଶୀଘ୍ର ତାର ସଂଖ୍ୟା ବଢାଇବାରେ ଲାଗିଛି ଓ ଦିନକୁ ଦିନ ଲୋକ ଏହାର ଶିକାର ହେଉଛନ୍ତି । ଆଜ୍ଞା ହଁ, ତାହା ହେଉଛି ଡାଇବେଟିସ । ପ୍ରତ୍ୟେକ ମଣିଷକୁ ଡାଇବେଟିସ ହେଲେ କିଛି ଅଲଗା ଅଲଗା ପ୍ରକାରର ଲକ୍ଷଣ ଦେଖା ଯାଇଥାଏ । ଯଦି ଏହି ଲକ୍ଷଣ ମଧ୍ୟରୁ ଆପଣଙ୍କ ଶରୀରରେ କିଛି ଦେଖାଯାଉଥାଏ ଆପଣଙ୍କୁ ପୁରା ସାବଧାନ ହେବାର ଆବଶ୍ୟକତା ଅଛି । ଡାଇବେଟିସର ରୋଗୀଙ୍କୁ ସାମାନ୍ୟ ଲକ୍ଷଣ ଦେଖା ଯାଇଥାଏ । ଆଜି ଆମେ ଆପଣଙ୍କୁ ସେହି ସବୁ ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ଯାହା ଏକ ଡାଇବେଟିସ ଶିକାର ରୋଗୀଙ୍କ ମଧ୍ୟରେ ଦେଖା ଯାଇଥାଏ ।
ଯଦି ଆପଣଙ୍କୁ ହଠାତ ଅତ୍ୟଧିକ ପରିସ୍ରା ର ସମସ୍ୟା ଉତ୍ପନ୍ନ ହୁଏ ତେବେ ଆପଣ ନିଜର ଡାଇବେଟିସ ର ଚେକଅପ ଅବଶ୍ୟ କରାନ୍ତୁ ।
ଯଦି ଆପଣଙ୍କୁ ଅତ୍ୟଧିକ ଶୋଷ ଲାଗିଥାଏ ତେବେ ଆପଣ ଡାଇବେଟିସର ଶିକାର ହୋଇ ପାରନ୍ତି ।
ଯଦି ଆପଣଙ୍କର ଶରୀରର ଓଜନ କମିବା ଆରମ୍ଭ ହୋଇଯାଇଛି ତେବେ ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ଅଛି କାରଣ ଏହା ଡାଇବେଟିସ ହୋଇଥିଲେ ହୋଇଥାଏ । ନିଜର ଚେକଅପ ଅବଶ୍ୟ କରାନ୍ତୁ ।
ମଣିଷ ଶାରୀରିକ କାର୍ଯ୍ୟ କଲେ ଜଲଦି ଥକିଯାଇଥାଏ କିନ୍ତୁ ଯଦି ଆପଣ ସାମାନ୍ୟରୁ ଅଧିକ ଥକାପଣର ଅନୁଭବ କରିଥାନ୍ତି ତେବେ ଆପଣଙ୍କୁ ନିଜର ଚେକଅପ କରାଇନେବା ଆବଶ୍ୟକ ।
କାର୍ଯ୍ୟ କରିବା ପାଇଁ ରୁଚି ହେବା ଆବଶ୍ୟକ ଅଟେ କିନ୍ତୁ କୌଣସି ସମସ୍ୟା ନ ହୋଇ ମଧ୍ୟ କୌଣସି କାର୍ଯ୍ୟକୁ କରିବାରେ ମନ ଲାଗୁନାହିଁ ଓ ଏକାଗ୍ରତା ହେଉନାହିଁ ତେବେ ଆପଣ ନିଜର ଡାଇବେଟିସର ଚେକଅପ ଅବଶ୍ୟ କରାନ୍ତୁ ।
ଯଦି ଆପଣଙ୍କ ହାତ ଗୋଡ ଅତ୍ୟଧିକ ଶୁଷ୍କ ହେଇଯାଉଛି ତେବେ ଏହା ଏକ ଭାରି ସମସ୍ୟା ଅଟେ ।
ଦୃଷ୍ଟି ଶକ୍ତି କମ ହୋଇଯିବା ଅର୍ଥାତ ଆପଣଙ୍କୁ ଜିନିଷଗୁଡିକ ଝାପସା ଝାପସା ଦେଖାଯିବା ବି ଡାଇବେଟିସର ଲକ୍ଷଣ ଅଟେ ।
ଶରୀରରେ ହେଉଥିବା କ୍ଷତ ଜଲଦି ଭଲ ନ ହେବା ବି ଡାଇବେଟିସର ଏକ ମୁଖ୍ୟ ଲକ୍ଷଣ ଅଟେ । ଯଦି ଏମିତିକା ଲକ୍ଷଣ ଆପଣଙ୍କ ଶରୀରରେ ମିଳିଥାଏ ତେବେ ଆପଣ ଅବଶ୍ୟ ଡାକ୍ତରଙ୍କୁ ଦେଖାନ୍ତୁ ।