ଆପଣଙ୍କୁ ଡାଇବେଟିସ ରୋଗ ହେଇଛି କି ନାହିଁ କିପରି ଜାଣିବେ,ପଢନ୍ତୁ ଏହି ରିପୋର୍ଟ

ଜୀବନଚର୍ଯ୍ୟା
ସେୟାର କରନ୍ତୁ


ଆପଣ ସମସ୍ତେ ଜାଣିଥିବେ ପୁରା ଦୁନିଆରେ ବହୁତ ପ୍ରକାରର ରୋଗ ଦେଖା ଯାଇଥାଏ, ଆଜିର ସମୟରେ ଏକ ଏମିତି ରୋଗ ଅଛି ଯିଏ ପୁରା ଦୁନିଆରେ ବହୁତ ଶୀଘ୍ର ତାର ସଂଖ୍ୟା ବଢାଇବାରେ ଲାଗିଛି ଓ ଦିନକୁ ଦିନ ଲୋକ ଏହାର ଶିକାର ହେଉଛନ୍ତି । ଆଜ୍ଞା ହଁ, ତାହା ହେଉଛି ଡାଇବେଟିସ । ପ୍ରତ୍ୟେକ ମଣିଷକୁ ଡାଇବେଟିସ ହେଲେ କିଛି ଅଲଗା ଅଲଗା ପ୍ରକାରର ଲକ୍ଷଣ ଦେଖା ଯାଇଥାଏ । ଯଦି ଏହି ଲକ୍ଷଣ ମଧ୍ୟରୁ ଆପଣଙ୍କ ଶରୀରରେ କିଛି ଦେଖାଯାଉଥାଏ ଆପଣଙ୍କୁ ପୁରା ସାବଧାନ ହେବାର ଆବଶ୍ୟକତା ଅଛି । ଡାଇବେଟିସର ରୋଗୀଙ୍କୁ ସାମାନ୍ୟ ଲକ୍ଷଣ ଦେଖା ଯାଇଥାଏ । ଆଜି ଆମେ ଆପଣଙ୍କୁ ସେହି ସବୁ ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ଯାହା ଏକ ଡାଇବେଟିସ ଶିକାର ରୋଗୀଙ୍କ ମଧ୍ୟରେ ଦେଖା ଯାଇଥାଏ ।

ଯଦି ଆପଣଙ୍କୁ ହଠାତ ଅତ୍ୟଧିକ ପରିସ୍ରା ର ସମସ୍ୟା ଉତ୍ପନ୍ନ ହୁଏ ତେବେ ଆପଣ ନିଜର ଡାଇବେଟିସ ର ଚେକଅପ ଅବଶ୍ୟ କରାନ୍ତୁ ।

ଯଦି ଆପଣଙ୍କୁ ଅତ୍ୟଧିକ ଶୋଷ ଲାଗିଥାଏ ତେବେ ଆପଣ ଡାଇବେଟିସର ଶିକାର ହୋଇ ପାରନ୍ତି ।
ଯଦି ଆପଣଙ୍କର ଶରୀରର ଓଜନ କମିବା ଆରମ୍ଭ ହୋଇଯାଇଛି ତେବେ ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ଅଛି  କାରଣ ଏହା ଡାଇବେଟିସ ହୋଇଥିଲେ ହୋଇଥାଏ । ନିଜର ଚେକଅପ ଅବଶ୍ୟ କରାନ୍ତୁ ।

ମଣିଷ ଶାରୀରିକ କାର୍ଯ୍ୟ କଲେ ଜଲଦି ଥକିଯାଇଥାଏ କିନ୍ତୁ ଯଦି ଆପଣ ସାମାନ୍ୟରୁ ଅଧିକ ଥକାପଣର ଅନୁଭବ କରିଥାନ୍ତି ତେବେ ଆପଣଙ୍କୁ ନିଜର ଚେକଅପ କରାଇନେବା ଆବଶ୍ୟକ ।

କାର୍ଯ୍ୟ କରିବା ପାଇଁ ରୁଚି ହେବା ଆବଶ୍ୟକ ଅଟେ କିନ୍ତୁ କୌଣସି ସମସ୍ୟା  ନ ହୋଇ ମଧ୍ୟ କୌଣସି କାର୍ଯ୍ୟକୁ କରିବାରେ ମନ ଲାଗୁନାହିଁ ଓ ଏକାଗ୍ରତା ହେଉନାହିଁ ତେବେ ଆପଣ ନିଜର ଡାଇବେଟିସର ଚେକଅପ ଅବଶ୍ୟ କରାନ୍ତୁ ।
ଯଦି ଆପଣଙ୍କ ହାତ ଗୋଡ ଅତ୍ୟଧିକ ଶୁଷ୍କ ହେଇଯାଉଛି ତେବେ ଏହା ଏକ ଭାରି ସମସ୍ୟା ଅଟେ ।

ଦୃଷ୍ଟି ଶକ୍ତି କମ ହୋଇଯିବା ଅର୍ଥାତ ଆପଣଙ୍କୁ ଜିନିଷଗୁଡିକ ଝାପସା ଝାପସା ଦେଖାଯିବା ବି ଡାଇବେଟିସର ଲକ୍ଷଣ ଅଟେ ।

ଶରୀରରେ ହେଉଥିବା କ୍ଷତ ଜଲଦି ଭଲ ନ ହେବା ବି ଡାଇବେଟିସର ଏକ ମୁଖ୍ୟ ଲକ୍ଷଣ ଅଟେ । ଯଦି ଏମିତିକା ଲକ୍ଷଣ ଆପଣଙ୍କ ଶରୀରରେ ମିଳିଥାଏ ତେବେ ଆପଣ ଅବଶ୍ୟ ଡାକ୍ତରଙ୍କୁ ଦେଖାନ୍ତୁ ।


ସେୟାର କରନ୍ତୁ