ପ୍ରଭାସ ଆରମ୍ଭ କଲେ ଫିଲ୍ମର ସୁଟିଂ, ଦିଲଜସପ ଭୂମିକାରେ ନଜର ଆସିବେ

Truthink
ସେୟାର କରନ୍ତୁ

ମୁମ୍ୱାଇ: ବାହୁବଳୀ ଫେମ ସୁପରଷ୍ଟାର ପ୍ରଭାସ ତାଙ୍କର ପୂର୍ବ ଫିଲ୍ମ ‘ସାହୋ’ ବକ୍ସ ଅଫିସରେ ସେମିତି କିଛି କମାଲ କରିପାରି ନଥିଲେ ମଧ୍ୟ ତାଙ୍କର ଚାହିଁବା ଵାଲା କିଛି କମ ନୁହଁନ୍ତି । ଖବର ଅଛିକି ପ୍ରଭାସ ଏବେ ‘ଜାନ୍’ ଫିଲ୍ମର ଶୁଟିଂ ଆରମ୍ଭ କରିଛନ୍ତି । ସେ କିଛି ଦିନ ପୂର୍ବରୁ ଏହି ଫିଲ୍ମକୁ ସୁଟିଂ କରିବାର ଥିଲା କିନ୍ତୁ ସେ କିଛି ସମୟର ବ୍ରେକ ନେବାପାଇଁ ଚାହିଁଥିଲେ । ସୋଶାଲ୍ ମିଡିଆ ଯୋଗେ ସେ ନିଜେ ଏହି ସୂଚନା ଦେଇଛନ୍ତି ।

ଇନଷ୍ଟାଗ୍ରାମରେ ଫଟୋ ଶେଆର୍ କରି ସେ ଲେଖିଛନ୍ତି, “ଆପଣମାନେ ଜାଣି ଖୁସି ହେବେ ଯେ ମୁଁ ମୋ ଆଗାମୀ ଫିଲ୍ମର ଶୁଟିଂ ଆରମ୍ଭ କରି ଦେଇଛି । ଶୁଟିଂ ସେଟରେ ବହୁତ ମଜାମସ୍ତି ହେବ ବୋଲି ଆଶା କରୁଛି ।”

ମିଳିଥିବା ସୂଚନା ଅନୁଯାୟୀ, ଗତବର୍ଷ ନଭେମ୍ୱରରେ ‘ଜାନ୍’ ଫିଲ୍ମର ଶୁଟିଂ ଆରମ୍ଭ କରିବା ପାଇଁ ଯୋଜନା କରାଯାଇଥିଲା । କିନ୍ତୁ କୌଣସି କାରଣ ଯୋଗୁଁ ସେତେବେଳେ ପ୍ରଭାସ ଏହି ଫିଲ୍ମର ଶୁଟିଂ କରିବାକୁ ମନା କରିଥିଲେ । ଶୁଣିବାକୁ ମିଳିଛି ଯେ ‘ସାହୋ’ ଫିଲ୍ମର ବିଫଳତା ଯୋଗୁ ସେ ସେତେବେଳେ ଏହି ଫିଲ୍ମର ଶୁଟିଂ କରିବାକୁ ମନା କରି ଦେଇଥିଲେ ।

‘ଜାନ୍’ ଫିଲ୍ମର ଶୁଟିଂ ପାଇଁ ହାଇଦ୍ରାବାଦ୍ର ରାମୋଜି ଫିଲ୍ମ ସିଟିରେ ଏକ ବଡ଼ ସେଟ୍ ଲଗାଯାଇଛି । ଏହା ଏକ ପିରିୟଡ୍ ଲଭ୍ ଷ୍ଟୋରୀ, ଯେଉଁଥିରେ ପ୍ରଭାସ ଜଣେ ଜ୍ୟୋତିଷ ଭୂମିକାରେ ନଜର ଆସିବେ । ଫିଲ୍ମଟି ତାମିଲ, ତେଲୁଗୁ ଓ ହିନ୍ଦୀ ଭାଷାରେ ନିର୍ମାଣ ହେଉଛି, ତାହା ଆଗକୁ ଅନ୍ୟ ଭାଷାରେ ଡବିଙ୍ଗ କରିବାର କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ ଅନ୍ୟ କେତେକ ଭାଷାରେ ଫିଲ୍ମଟିକୁ ଡବିଂ ମଧ୍ୟ କରାଯିବ । ରାଧାକୃଷ୍ଣ କୁମାର ଏହାର ନିର୍ଦ୍ଦେଶନା ଦେଉଛନ୍ତି ।

‘ବାହୁବଳୀ’ ସିରିଜର ଦୁଇଟି ଯାକ ଫିଲ୍ମ ସୁପରହିଟ ହେବା ପରେ ‘ସାହୋ’ ସିନେମାରେ ନଜର ଆସିଥିଲେ,ଏହା ଉପରେ ଦର୍ଶକ ମାନଙ୍କର ଖୁବ ଭରସା ଥିଲା । ହେଲେ ଦର୍ଶକ ଆଶାନୁରୂପ ଫିଲ୍ମଟି ହୋଇପାରି ନଥିଲା । ଏହି ଫିଲ୍ମରେ ପ୍ରଭାସଙ୍କ ସହିତ ସ୍କ୍ରିନ୍ ଶେଆର୍ କରିଥିଲେ ଶ୍ରଦ୍ଧା କପୁର ।


ସେୟାର କରନ୍ତୁ