ଓଲେ ଓଲେ 2.0 ମଚେଇବ ଧମାଲ, ସୈଫ ମସ୍ତି ଭରା ଅନ୍ଦାଜରେ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ 90 ଦଶକର ଏକ ଗୀତ ‘ଓଲେ ଓଲେ’ ନୂଆ ଭର୍ସନରେ ରିଲିଜ ହୋଇଅଛି । ‘ଓଲେ ଓଲେ’ ସୈଫଙ୍କ ଫିଲ୍ମ ‘ଦିଲ୍ଲଗି’ର ଅଟେ । ଏହାକୁ ଫିଲ୍ମ ଜଵାନୀ ଜାନେମନରେ ର୍ରେକ୍ରେଟେଡ଼ ଭର୍ସନରେ ଲଞ୍ଚ କରାଯାଇଛି । ଯେବେ ଓଲେ ଓଲେ ଗୀତ ବାଜି ଥାଏ ସୈଫଙ୍କ ଆଇକୋନିକ ଡ୍ୟାନ୍ସ ମୁଖ୍ୟ ଏବଂ ହେୟାର ଷ୍ଟାଇଲ ଧ୍ୟାନରେ ଆସିଥାଏ ।

ଯିଏ କହନ୍ତି ସମୟ ସହିତ ସବୁ କିଛି ବଦଳି ଯାଇଥାଏ ଏମିତି ଏହି ଗୀତ ସାଥିରେ ହୋଇଛି । ସୈଫ ନିଜର ପୁରୁଣା ପ୍ଳେବୟ ଭୂମିକାରେ ପୁଣି ଥରେ ନଜର ଆସିବେ । ସୈଫ ଏବେ ପୁଣି ଥରେ ତାଙ୍କର ସିଗ୍ନେଚର ସଂଗ୍ ଓଲେ ଓଲେର ନ୍ୟୁ ଭର୍ସନ ଓଲେ ଓଲେ 2.0ରେ ଧମାଲ କରିବେ । ଏହି ଗୀତର ଭିଡିଓରେ ସୈଫ ଅଲ୍ଲୀ ଖାନଙ୍କ ଫନ ଅବତାର ଏବଂ ତାଙ୍କ ପାର୍ଟି ମୁଡ କମାଲ ରହିଛି ।

ଓଲେ ଓଲେ 2.0ରେ ଅମିତ ମିଶ୍ର କଣ୍ଠଦାନ କରିଥିବା ବେଳେ ତନିଷ୍କ ବାଗଚୀ ମ୍ୟୁଜିକ୍ ଦେଇଛନ୍ତି, ସବିର ଅହମ୍ମଦ ଲିରିକ୍ସ ଦେଇଛନ୍ତି । ଏହି ଫିଲ୍ମରେ ପୂଜା ବେଦୀଙ୍କ ଝିଅ ଆଲିଆ ଫର୍ଣ୍ଣିଚରବାଲା ବଲିଉଡରେ ଡେବ୍ୟୁ କରିଛନ୍ତି । ଜବାନୀ ଜାନେମନରେ ଆଲିଆ, ସୈଫ ଏବଂ ତବ୍ବୁଙ୍କ ଝିଅ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ଜାନୁଆରୀ 31ରେ ରିଲିଜ୍ ହେବାକୁ ଯାଉଛି।


ସେୟାର କରନ୍ତୁ