ଘରେ ସବୁବେଳେ କଳହ ଲାଗିରହୁଛି କି ଜାଣନ୍ତୁ ଏହାର କାରଣ

Truthink
ସେୟାର କରନ୍ତୁ

ନିକଟରେ ଦିଲ୍ଲୀର ଏକ ସଂସ୍ଥା ଭାରତର ପ୍ରମୁଖ ନଗର ଓ ମହାନଗରର ଲୋକଙ୍କ ଜୀବନଶୈଳୀକୁ ଅନୁଧ୍ୟାନ କରି ସର୍ବେକ୍ଷଣ କରିଥିଲା। ପ୍ରତି ୧୫ଜଣରେ ୯ଜଣ ବ୍ୟକ୍ତି ସେମାନଙ୍କ ପାରିବାରିକ ଅଶାନ୍ତିର କାରଣ କହିବାକୁ ସଙ୍କୋଚ କରିନଥିଲେ। କେତେଜଣଙ୍କ ଘରେ ବୟସ୍କ ପିଢ଼ି ସେମାନଙ୍କ ପିଲାର ବେକାରୀ ଓ ବେରୋଜଗାରୀ ପାଇଁ ଚିନ୍ତିତ ଥିବାର କହିଥିଲେ। ଯୁବଦମ୍ପତି ଚାକିରି ଓ ପରିବାରର ଦାୟିତ୍ବରେ ଅଶାନ୍ତି ହେଉଥିବାର ମତ ଦେଇଥିଲାବେଳେ ଅନ୍ୟମାନେ ସାଧାରଣ କଥାରୁ ଘରେ କଳିଝଗଡ଼ା ହେଉଥିବାର ପ୍ରକାଶ କରିଛନ୍ତି।
୭୭ ବର୍ଷୀୟା ଅନୁପା କୌରଙ୍କ ମତରେ ପୂର୍ବେ ସମୟ ଭଲ ଥିଲା। ନିୟମିତ ବନ୍ଧୁବାନ୍ଧବଙ୍କ ସହ ଯୋଗାଯୋଗ ନ ହୋଇପାରିବା ସତ୍ତ୍ବେ ମତାନ୍ତର କିମ୍ବା ମନାନ୍ତର ନଥିଲା। ଅନ୍ୟପାଖେ ଏବେ କଳିର ସୂତ୍ର ମୋବାଇଲ୍ ବୋଲି ଅନୁପା କହିଛନ୍ତି।


ସେୟାର କରନ୍ତୁ