ବୁଧବାର ରାଶିଫଳ

Truthink
ସେୟାର କରନ୍ତୁ

ମେଷ: ଅତ୍ୟଧିକ ବ୍ୟୟ ଯୋଗୁଁ ମାନସିକ ସ୍ତରରେ ବିବ୍ରତ ହୋଇପାରନ୍ତି। ଧନକ୍ଷୟର ସୂଚନା ମିଳୁଛି। ବିବାଦୀୟ ପରିସ୍ଥିତି ଉପୁଜି ପାରେ। ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‌ ରହିବା ଭଲ। ଚଞ୍ଚଳ ଚେଷ୍ଟିତ ହେବେ। ମଧୁରଭାଷୀ ହେବେ।
ବୃଷ: କର୍ମକ୍ଷେତ୍ରରୁ ପ୍ରଚୁର ଅର୍ଥ ମିଳିବ। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ଦିନଟି ଉତ୍ତମ ଧରଣର। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ମିଥୁନ: ଏଭଳି ଏକ ଅପୂର୍ବ ସୁଯୋଗକୁ ହାତଛଡ଼ା ନ କରି କରାୟତ୍ତ କରିବାକୁ ପଡ଼ିବ। ବିଭିନ୍ନ ସ୍ତରରେ ସମ୍ମାନିତ ହେବେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ଦୃଢ଼ ରହିବ। ବିବାଦରେ ବିଜୟୀ ହେବେ।
କର୍କଟ: ଉପୁଜି ଥିବା ସମସ୍ୟାର ସମାଧାନ ହେବ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‌ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଆନନ୍ଦ ଉତ୍ସବ ଲାଗି ରହିବ।
ସିଂହ: ବୃଥା କାର୍ଯ୍ୟରେ ଆଗଭର ହୋଇପାରନ୍ତି। ନିଜକୁ ଅସହାୟ ମନେ କରିପାରନ୍ତି। ଅର୍ଥ ଟାଣଟୁଣ ରହିବ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ସ୍ୱାଭିମାନୀ ହେବେ। ଚପଳମତି ହୋଇପାରନ୍ତି। ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ।
କନ୍ୟା: ଉପୁଜିଥିବା ଜଟିଳ ସମସ୍ୟାର ଆଶୁ ସମାଧାନ ହେବ। ବନ୍ଧୁ ସୁଖ ମିଳିପାରେ। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ସୁଖାଦ୍ୟ ପାଇ ଆନନ୍ଦ ଅନୁଭବ କରିବେ।
ତୁଳା: କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରି ଅର୍ଥ ପ୍ରାପ୍ତ ହେବେ। ଶତ୍ରୁର ଉପସ୍ଥିତି ଅନୁଭବ କରି ପ୍ରସ୍ତୁତ ରହିବେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭଖବର ମିଳିିବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। କରଜ ସୁଝି ପାରନ୍ତି।
ବିଛା: ଶତ୍ରୁମାନଙ୍କ କୌଶଳକୁ ପରାହତ କରି ଧାର୍ଯ୍ୟର ସହ ମୁକାବିଲା କରିବେ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ପଠନ, ଲିଖନରେ ମନ ଦେଇ ପ୍ରଶଂସାର ପାତ୍ର ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ମିଳିବ।
ଧନୁ: କର୍ମକ୍ଷେତ୍ରରେ କାର୍ଯ୍ୟରତ ରହି ଆର୍ଥିକ ସ୍ଥିତିକୁ ଦୃଢ଼ କରିବେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। କଠିନ ପରିଶ୍ରମର ସମ୍ମୁଖୀନ ହେଲେ ବି; ତାର ମୂଲ୍ୟ ମିଳିବ। ଶାସ୍ତ୍ରପଟୁ, ପୁଣ୍ୟଦେହି ଓ ସୁବର୍ଣ୍ଣାଦିଯୁକ୍ତ ହୋଇପାରନ୍ତି।
ମକର: ରୋଜଗାରକ୍ଷମ ହୋଇପାରନ୍ତି। ଧୈର୍ଯ୍ୟହାନି ଘଟି ପାରେ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦେବ ଦର୍ଶନର ସୁଯୋଗ ପାଇବେ। ଅଶାନ୍ତିର ମାତ୍ରା କମିବ। ସରକାରୀ ସ୍ତରରୁ ଲାଭ ମିଳିବ।
କୁମ୍ଭ: ବିଭିନ୍ନ ଦିଗରୁ ଅର୍ଥାଗମର ସୂଚନା ମିଳୁଛି। ଆଳସ୍ୟ ଅନୁଭବ କରିପାରନ୍ତି। ଆକସ୍ମିକ ସମସ୍ୟା ଦେଖାଦେଇ ପାରେ। ତ୍ୟାଗଶୀଳ ଓ ନୀତିଜ୍ଞ ହେବେ। ଚଞ୍ଚଳମନା ହୋଇପାରନ୍ତି। ଧର୍ମପ୍ରିୟ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ କୀର୍ତ୍ତିମାନ୍‍ ହେବେ।
ମୀନ: ସୌଭାଗ୍ୟଯୁକ୍ତ ହେବାର ସୂଚନା ମିଳୁଛି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନ ମିଳିବ। ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍‍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଚିନ୍ତାଧାରା ଉନ୍ନତମାନର ହେବ।


ସେୟାର କରନ୍ତୁ