ରାଜ୍ୟରେ 27 କରୋନା ଆକ୍ରାନ୍ତ ସୁସ୍ଥ ହେଲେ, ସୁସ୍ଥ ହେବା ମୋଟ ସଂଖ୍ୟା 143

Truthink
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଅଛି । ତେବେ ଏହା ଭିତରେ ମଧ୍ୟ ରାଜ୍ୟରେ କରୋନାକୁ ମାତ ଦେଇ ରାଜ୍ୟରେ ବହୁ ରୋଗୀ ଠିକ ହେବାକୁ ଲାଗିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ 27 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନା ମୁତାବକ ବାଲେଶ୍ୱର ଜିଲ୍ଲାରୁ 9ଜଣ, ଭୁବନେଶ୍ୱରରୁ 8 ଜଣ, ଭଦ୍ରକ ଜିଲ୍ଲାରୁ 4 ଜଣ, ଗଂଜାମ 2ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ 2ଜଣ, କୋରାପୁଟ ଏବଂ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା 143ରେ ପହଞ୍ଚିଛି ।

ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 538କୁ ବୃଦ୍ଧି ପାଇଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ 392 ଜଣ ଚିକିତ୍ସାଧୀନ ଥିବାବେଳେ 143 ଜଣ ସୁସ୍ଥ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ 3ଜଣଙ୍କ ମୃତ୍ୟୁ ଘଟିଛି ।


ସେୟାର କରନ୍ତୁ