NRCରୁ ବଞ୍ଚିବା ପାଇଁ ରାକ୍ଷୀ ସାୱନ୍ତ ଦେଲେ ଫ୍ୟାନ୍ସଙ୍କୁ ଜବରଦସ୍ତ ଆଇଡ଼ିଆ,ଜମକର ଭାଇରଲ ହେଉଛି VIDEO

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଦେଶରେ ବର୍ତମାନ ସିଏଏ ଓ ଏନଆରସିକୁ ନେଇକରି ଚର୍ଚ୍ଚା ଜୋର ଧରିଛି । ଦେଶରେ କେତେକ ଜାଗାରେ ଏହାକୁ ନେଇ କରି ବିରୋଧ ପ୍ରଦର୍ଶନ ହେଉଅଛି । କିନ୍ତୁ ଏବେ ଏହି ଚର୍ଚା ଭିତରେ ରାକ୍ଷୀ ସାୱନ୍ତ ନିଜର ଫ୍ୟାନ୍ସ ମାନଙ୍କ ପାଇଁ ଏଠାରୁ ବର୍ତ୍ତିବା ପାଇଁ ଏକ ଖାସ ତରିକା ବତାଇଛନ୍ତି । ରାକ୍ଷୀ ସାୱନ୍ତ ସବୁବେଳେ ସୋସିଆଲ ମିଡ଼ିଆ ଉପରେ ନିଜର ଏମିତି ଅଜୀବ-ଗରିବ ଭିଡ଼ିଓ ଏବଂ ବୟାନକୁ ନେଇ ଚର୍ଚାରେ ରହିଥାନ୍ତି ।

ତେବେ ସେ ଯେଉଁ ଭିଡ଼ିଓ ସେୟାର କରିଛନ୍ତି ଏଥିରେ ସେ ଦେଶବାସୀଙ୍କୁ ଦେଶରେ ନିଜର ନାଗରିକତା ବଞ୍ଚାଇବା ପାଇଁ ଏକ ବହୁତ ବଡ଼ ଖାସ ଆଇଡ଼ିଆ ଦେଉଛନ୍ତି । ଏହି ଭିଡ଼ିଓରେ ସେ କହୁଥିବାର ନଜର ଅସୁଛନ୍ତିକି ଯଦି ତୁମେ ତୁମର ନାଗରିକତା ବଞ୍ଚାଇବାକୁ ଚାହୁଁଛନ୍ତି ତେବେ ବ୍ୟାଙ୍କ୍ରୁ ଏକ ବଡ଼ ଲୋନ ନିଅନ୍ତୁ । ଯେବେ ଆପଣ ଲୋନ ନେଇ ଯିବେ ତେବେ ବ୍ୟାଙ୍କ ଵାଲା ନିଜେ ତୁମର ନାଗରିକତାକୁ ପ୍ରମାଣ କରିବା ପାଇଁ ପ୍ରମାଣ ଯୁଗାଡ଼ କରିଦେବେ ।

View this post on Instagram

Jaao lone lelo daro Matt NRC se🤪

A post shared by Rakhi Sawant (@rakhisawant2511) on

ରାକ୍ଷୀ ସାୱନ୍ତ ସବୁବେଳେ ସୋସିଆଲ ମିଡିଆରେ ନିଜର ଫଟୋ ଓ ଭିଡ଼ିଓ ସେୟାର କରିଥାନ୍ତି । ଯାହାକୁ ତାଙ୍କର ଦର୍ଶକମାନେ ବହୁତ ପସନ୍ଦ କରିଥାନ୍ତି । ପୂର୍ବ ଦିନମାନଙ୍କରେ ରାକ୍ଷୀ ସାୱନ୍ତ ନିଜର ଇନଷ୍ଟାଗ୍ରାମ ଓ ଟିକଟକ ଆକାଉଣ୍ଟରେ କେତେ ଗୁଡିଏ ଭିଡ଼ିଓ ସେୟାର କରିଥିଲେ । ଏହି ଭିଡ଼ିଓ ଜୋରରେ ସୋସିଆଲ ମିଡିଆରେ ଭାଇରଲ ହେଉଅଛି । ଭାଇରଲ ହେଉଥିବା ଭିଡ଼ିଓରେ ରାକ୍ଷୀ ନିଜର ନୂଆ ଲୁକରେ ନଜର ଆସୁଛନ୍ତି ।

ରାକ୍ଷୀ ନିଜର ନୂଆ ହେୟାର କଟ କରିଛନ୍ତି । ନୂଆ ହେୟାର କଟରେ ରାକ୍ଷୀ କଣ୍ଢେଇ ଭଳିଆ ନଜର ଆସୁଛନ୍ତି । ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିବା ଭିଡ଼ିଓରେ ରାକ୍ଷୀ ସାୱନ୍ତ କହୁଛନ୍ତିକି ସେ ଏହି ହେୟାର କଟ କ୍ରିସମାସ ଏବଂ ନୂଆ ବର୍ଷ ପାଇଁ କରିଛନ୍ତି । ଏହା ସାଥିରେ ରାକ୍ଷୀ ଏଇଆ ମଧ୍ୟ କହୁଛନ୍ତି କି କ୍ରିସମାସ ପୂର୍ବରୁ ସେ ନୂଆ ହେୟାର କଟ ସାଥିରେ କଲର ମଧ୍ୟ କରାଇ ନେବେ ।


ସେୟାର କରନ୍ତୁ