କାଟ୍ରିନା କୈଫଙ୍କୁ ଜିମ ବନ୍ଦ ହୋଇଥିବାରୁ ଛାତଉପରେ କରିଲେ ଏକ୍ସରସାଇଜ

ସିନେମା
ସେୟାର କରନ୍ତୁ

କରୋନା ଭାଇରସ ପାଇଁ ସମ୍ପୂର୍ଣ ବଲିଓଡ଼ ବନ୍ଦ ହୋଇଯାଇଛି ଏବଂ ତାରକାମାନେ ଘର ଭିତରେ କେଦ ହୋଇ ରହିଛନ୍ତି । ଜିମ ମଧ୍ୟ ବନ୍ଦ ହୋଇଯାଇଛି କିନ୍ତୁ କିଛି ବଲିଓଡ଼ ସିତାରେ ଏହାର ବିକଳ୍ପ ତଲାସିଛନ୍ତି । କାଟ୍ରିନା କୈଫ ନିଜର ଘର ଉପରେ ଏକ୍ସରସାଇଜ ଆରମ୍ଭ କରିଦେଇଅଛନ୍ତି ଏବଂ ଯେମିତି ଭି ହେଉ ସେ ନିଜର ୱାର୍କଆଉଟ ରୋଟିନକୁ ଛାଡିବା ପାଇଁ ଚାଁହୁନାହାନ୍ତି । ଏହି ପରି କାଟ୍ରିନା କୈଫଙ୍କ ଏକ୍ସରସାଇଜ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଅଛି ।

ବଲିଓଡ଼ ଏକ୍ଟ୍ରସ କାଟ୍ରିନା କୈଫ ନିଜର ଏହି ଭିଡ଼ିଓ ସାଥିରେ ସେ ଲେଖିଛନ୍ତି- ‘ଘର ଉପରେ ୱାର୍କଆଉଟ… ଜିମ ଯାଇ ପାରୁନାହିଁ ଏଥିପାଇଁ ଏହି ୱାର୍କଆଉଟ ସେୟାର କରୁଅଛି ଯାହା ଆମେ ଘର ରହି କରିପାରିବା । ସୁରକ୍ଷିତ ରହିବା ଓ ଏକ୍ଟିଭି ରହିବା ।’ କାଟ୍ରିନା କୈଫ ଏହା ମଧ୍ୟ କହିଛନ୍ତି କି ଘରେ ରହି କେଉଁ ପ୍ରକାରର ଏକ୍ସରସାଇଜ କରିପାରିବା । କାଟ୍ରିନା କୈଫଙ୍କର ଏହି ଭିଡିଓକୁ ପଖପୁଖି ତିନି ଲକ୍ଷ୍ୟ ଥର ଦେଖାଯାଇସାରିଲାଣି ।

ଵର୍କଫ୍ରଣ୍ଟର କଥା କହିବାତ କାଟ୍ରିନା କୈଫଙ୍କର ‘ଭାରତ’ ରିଲିଜ ହୋଇଥିଲା । କାଟ୍ରିନା କୈଫଙ୍କ ଆଗକୁ ଆସୁଥିବା ଫିଲ୍ମ ଅକ୍ଷୟ କୁମାରଙ୍କ ସହିତ ‘ସୂର୍ଯ୍ୟବଂଶୀ’ରେ ନଜର ଆସିବେ । ତେବେ ଫିଲ୍ମକୁ କରୋନା ଭାଇରସ କାରଣରୁ ସ୍ତଗିତ ରଖାଯାଇଅଛି ।


ସେୟାର କରନ୍ତୁ