ଆପଣ ଜାଣନ୍ତି କି ରିତେଶ କେତେଥର ଜେନେଲିଆଙ୍କୁ ବିବାହ କରିଥିଲେ

ସିନେମା
ସେୟାର କରନ୍ତୁ

ବଲିଉଡ୍‌ ଅଭିନେତା ତଥା କମେଡି କିଙ୍ଗ୍‌ ରିତେଶ୍‌ ଦେଶମୁଖଙ୍କର ୪୧ ତମ ଜନ୍ମଦିନ ମଙ୍ଗଳବାର ପାଳିତ ହେଉଛି। ୧୯୭୮ ଡିସେମ୍ବର ୧୭ରେ ସେ ଜନ୍ମଗ୍ରହଣ କରିଥିଲେ। ସେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଳାସ ରାଓ ଦେଶମୁଖଙ୍କ ପୁଅ। ଅଭିନେତ୍ରୀ ଜେନେଲିଆ ଡିସୁଜାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ୨୦୧୨ ଫେବୃୟାରୀ ୩ରେ ସେମାନେ ବିବାହ କରିଥିଲେ। ତେବେ ବିଳାସ ରାଓଙ୍କୁ ଜେନେଲିୟା ଆଦୌ ପସନ୍ଦ ନ ଥିଲେ। ପରେ ବିଳାସ ରାଓଙ୍କ ମନରେ ଜେନେଲିୟା ପ୍ରତି ଆସିଥିଲା ପରିବର୍ତ୍ତନ। ରିତେଶ୍‌ ଜେନେଲିଆଙ୍କ ବିବାହ ଖ୍ରୀଷ୍ଟିୟାନ୍‌ ପରମ୍ପରାରେ ହେବା ପରେ ପୁଣି ମହାରାଷ୍ଟ୍ର ପରମ୍ପରାରେ ସମ୍ପନ୍ନ ହୋଇଥିଲା। ପରେ ରିତେଶଙ୍କ ବୈବାହିକ ଜୀବନ ଆସି ନ ଥିଲା ଆଉ କୌଣସି ବାଧାବିଘ୍ନ।


ସେୟାର କରନ୍ତୁ