ଫରହାନ ଅଖତାରଙ୍କ ଗାର୍ଲଫ୍ରେଣ୍ଡ ଶିବାନୀ ଡାଁଡେ଼କର ପୋଷ୍ଟ କଲେ ଗ୍ଲାମର୍ସ ଭିଡ଼ିଓ,ସୋସିଆଲ ମିଡିଆରେ ହେଲା ଭାଇରଲ

ସିନେମା
ସେୟାର କରନ୍ତୁ

ନୂଆଦିଲ୍ଲୀ : ଫରହାନ ଅଖତାରଙ୍କ ଗାର୍ଲଫ୍ରେଣ୍ଡ ଶିବାନୀ ଡାଁଡେ଼କର ସୋସିଆଲ ମିଡ଼ିଆରେ ଆକ୍ଟିଭ ରୁହନ୍ତି । ତେବେ ସେ ଏକ ଭିଡିଓକୁ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ ସେୟାର କରିଛନ୍ତି । ଏହି ଭିଡିଓକୁ 27 ହଜାରରୁ ଅଧିକ ଲୋକ ପସନ୍ଦ କରିସାଲେଣି । ସେଇଠି ଏହି ଭିଡିଓକୁ 1 ଲକ୍ଷ 70 ହଜାରରୁ ଅଧିକ ଥର ଦେଖିସାରିଲେଣି । ଭିଡ଼ିଓରେ ଶିବାନୀ ବହୁତ ବୋଲଡ଼ ଅନ୍ଦାଜରେ ନଜର ଆସୁଛନ୍ତି । ଶିବାନୀ ଭିଡ଼ିଓର କ୍ରେଡିଟ ନିଜର ବୟଫ୍ରେଣ୍ଡ ଫରହାନ ଅଖତାରଙ୍କୁ ମଧ୍ୟ ଦେଇଛନ୍ତି ।

ଶିବାନୀଙ୍କ ଦ୍ୱାରା ସେୟାର କରାଯାଇଥିବା ଭିଡ଼ିଓ ଏଡିଟେଡ଼ ଅଟେ । ମୋନୋକାନି ଆଉଟଫିଟର ଶିବାନୀଙ୍କର ଏହି ଭିଡ଼ିଓ ସୋସିଆଲ ମିଡିଆରେ ତେଜିରେ ଖୁବ ଜୋରରେ ଭାଇରଲ ହେଉଛି । ଭିଡ଼ିଓରେ ଶିବାନୀଙ୍କୁ ପଛକୁ ଡେଉଁଥିବାର ଦେଖାଯାଉଅଛି । ଭିଡିଓକୁ ସେୟାର କରିବା ସାଥିରେ ଶିବାନୀ କୈପସନରେ ଲେଖିଛନ୍ତି,’ସ୍ୱର୍ଗର ଛୋଟିଆ ଟୁକଡ଼ା’ ।

ସେଇଠି ସୋସିଆଲ ମିଡିଆରେ ଫରହାନ ଅଖତାର ଏବଂ ଶିବାନୀ ଡାଁଡେ଼କର ଜଣେ ଅନ୍ୟ ଜଣଙ୍କ ସାଥିରେ ବିତାଉଥିବା ମୁହୂର୍ତ୍ତକୁ ସେୟାର କରିଥାନ୍ତି । ଏଇଥି ପାଇଁ ଏହି ଯୋଡି 2020ରେ ବିବାହ ବନ୍ଧନରେ ବାନ୍ଧି ହେବାର ଆଶା ରଖାଯାଇଛି ।

ଵର୍କ ଫ୍ରଣ୍ଟର କଥା କହିବାତ ଫରହାନ ଅଖତାରଙ୍କ ଅପକମିଙ୍ଗ ଫିଲ୍ମ ‘ତୋଫାନ’ 2 ଅକ୍ଟୋବର 2020ରେ ରିଲିଜ ହେବ । ଯାହାକୁ ନେଇ କରି ମଧ୍ୟ ଏହି ଦିନ ଗୁଡିକରେ ଫରହାନ ଖୁବ ସୁରଖିଆ ବଟୋର ଛନ୍ତି ।


ସେୟାର କରନ୍ତୁ