ରାଜ୍ୟରେ ପୁଣି 673 କରୋନା ପଜିଟିଭ ଚି଼ହ୍ନଟ, ମୋଟ ପଜିଟିଭ ସଂଖ୍ୟା 18110କୁ ବୃଦ୍ଧି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ରାଜ୍ୟରେ ପୁଣି 673 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 18,110 କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 673 ଜଣଙ୍କ ମଧ୍ୟରୁ 446 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 227 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ତେବେ ନୂତନ ଚିହ୍ନଟ ହୋଇଥିବା 673 ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ 4 ଜଣ, ବାଲେଶ୍ୱର ଜିଲ୍ଲାରୁ 13 ଜଣ, ବରଗଡ ଜିଲ୍ଲାରୁ 22 ଜଣ, ଭଦ୍ରକ ଜିଲ୍ଲାରୁ 58 ଜଣ, କଟକ ଜିଲ୍ଲାରୁ 32 ଜଣ, ଢେଙ୍କାନାଳ ଜିଲ୍ଲାରୁ 10 ଜଣ, ଗଜପତି ଜିଲ୍ଲାରୁ 25 ଜଣ, ଗଞ୍ଜାମ ଜିଲ୍ଲାରୁ 239 ଜଣ, ଜଗତସିଂହପୁର ଜିଲ୍ଲାରୁ 36 ଜଣ, ଯାଜପୁର ଜିଲ୍ଲାରୁ 28 ଜଣ, ଝାରସୁଗୁଡା ଜିଲ୍ଲାରୁ 14 ଜଣ, କନ୍ଧମାଳ ଜିଲ୍ଲାରୁ 44 ଜଣ, କେନ୍ଦ୍ରାପଡା ଜିଲ୍ଲାରୁ 4 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 58 ଜଣ, କେନ୍ଦୁଝର ଜିଲ୍ଲାରୁ 24 ଜଣ, କୋରାପୁଟ ଜିଲ୍ଲାରୁ 41 ଜଣ, ମାଲକାନଗିରି 4 ଜଣ, ମୟୁରଭଞ୍ଜ ଜିଲ୍ଲାରୁ ଜଣେ, ନୟାଗଡ ଜିଲ୍ଲାରୁ 4 ଜଣ, ପୁରୀ ଜିଲ୍ଲାରୁ 4 ଜଣ, ସମ୍ବଲପୁର ଜିଲ୍ଲାରୁ 3 ଜଣ, ସୋନପୁର ଜିଲ୍ଲାରୁ 4 ଜଣ, ସୁନ୍ଦରଗଡ ଜିଲ୍ଲାରୁ 11 ଜଣ ଚି଼ହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ମୋଟ 18,110 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 5533ଟି ଆକ୍ଟିଭ କେସ୍ ରହିଅଛି ଏବଂ 12,452 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ