ଶନିବାର ରାଶିଫଳ

Truthink
ସେୟାର କରନ୍ତୁ

ମେଷ: ଧର୍ମ କାର୍ଯ୍ୟରେ ନିୟୋଜିତ ହେବେ। ମନ ପ୍ରସନ୍ନ ରହିବ। କୃଷି କାର୍ଯ୍ୟକୁ ପ୍ରାଧାନ୍ୟ ଦେବେ। ଯାନବାହନ ସୁଖ ମିଳି ପାରେ। ସୁଖ ଭୋଗ କରିେବ। ପ୍ରଦୂଷଣମୁକ୍ତ ଗୃହରେ ବସତି ସ୍ଥାପନ କରିପାରନ୍ତି। ଭ୍ରାତୃଭାବ ଅତୁଟ ରହିବ। ପାରିବାରିକ ସୁଖ ମିଳିବ।

ବୃଷ: ମନବାଞ୍ଛା ପୂରଣ ହେବ। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ବନ୍ଧୁ ସହଯୋଗ ପାଇ ଖୁସି ହେବେ। ଧନଲାଭର ସୂଚନା ମିଳୁଛି। ଶୁଭଖବର ପାଇ ଖୁସି ହେବେ। ପାରିବାରିକ ସୁଖ ମିଳିବ। ବିବାଦରେ ବିଜୟୀ ହେବେ।

ମିଥୁନ: ଅର୍ଥରୁ ଅନର୍ଥ ଉପୁଜିପାରେ। ମନରେ ଅବିଶ୍ୱାସୀଙ୍କ ପ୍ରତି ଘୃଣାଭାବ ଆସିପାରେ। ପାରିବାରିକ ସୁଖ ମିଳିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଆପଣଙ୍କ ବୈଶିଷ୍ଟ୍ୟ ପ୍ରକାଶିତ ହେବ। ଯାନବାହନ ସୁଖ ମିଳିବ। ନିତି ନିଷ୍ଠ ହେବେ। ଧନାଗମ ହେବ।

କର୍କଟ: ରାଜଯୋଗ ଅଛି। ଚଳଚଞ୍ଚଳ ରହିବେ। ମନ ପ୍ରଫୁଲ୍ଲ ରହିବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଧନବାନ୍‍ ହେବେ। ଅପାରଗୁଣର ଅଧିକାରୀ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ବଳିଷ୍ଠ ହୋଇପାରନ୍ତି। ରୂପବାନ୍‍ ହେବେ।

ସିଂହ: ଆଜି ଦିନରେ ଭଲ, ମନ୍ଦ ମିଶ୍ରିତ ଫଳ ମିଳିବ। ବ୍ୟୟ ପରିମାଣ ବୃଦ୍ଧି ପାଇବ। ପରିଶ୍ରମ ବ୍ୟର୍ଥ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହୋଇପାରେ। ସୁଗୁଣର ଅଧିକାରୀ ହେବେ। ସନ୍‍ମାର୍ଗୀ ହେବେ।

କନ୍ୟା: ନିଜ କାର୍ଯ୍ୟ ଆନନ୍ଦଦାୟକ ହେବ। ପରିବାରର ଶୁଭ ଚିନ୍ତକ ହେବେ। ବିଭିନ୍ନ ସ୍ତରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନଯୁକ୍ତ ହୋଇପାରନ୍ତି। କୀର୍ତ୍ତିମାନ୍‍ ଓ ଭୋଗୀ ହେବେ। ଗୁଣଜ୍ଞ ହେବେ।


ସେୟାର କରନ୍ତୁ