‘ମଲଙ୍ଗ’ର ଆୟରେ ଉଛାଲ,ବନିଲା ଆଦିତ୍ୟ ରାୟ କପୁରଙ୍କ ହାଇଏଷ୍ଟ ଉପନର ଫିଲ୍ମ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଡ଼ାଇରେକ୍ଟର ମୋହିତ ସୁରୀଙ୍କ ରୋମାଟିଙ୍ଗ ଥିଲର ମଲଙ୍ଗକୁ ଲୋକ ମାନଙ୍କର ଭଲ ରେସ୍ପରେନ୍ସ ମିଳୁଅଛି । ପ୍ରଥମ ଦିନ ଭଲ ଓପନିଂ କରିବା ପରେ ଦ୍ୱିତୀୟ ଦିନରେ ‘ମଲଙ୍ଗ’ର ଆୟରେ ଅଧିକ ଉଛାଲ ଦେଖିବାକୁ ମିଳିଅଛି । ଫିଲ୍ମଟି ଦ୍ୱିତୀୟ ଦିନରେ 8.89 କରୋଡର କାରବାର କରିଅଛି ।

ଟ୍ରେଡ୍ ଏନାଲିଷ୍ଟ ତରଣ ଆଦର୍ଶ ସେୟାର କରି ଫିଲ୍ମର କଲେକ୍ସନକୁ ନେଇ ଲେଖିଛନ୍ତି କି,ଫିଲ୍ମଟି ଦ୍ୱିତୀୟ ଦିନରେ 8.89 କରୋଡର ବିଜନେସ କରିଅଛି । ଦିଲ୍ଲୀରେ ଇଲେକ୍ସନ ହେଉଥିବା ସତ୍ୱେ ମଧ୍ୟ ଏହାର କୌଣସି ପ୍ରଭାବ ଫିଲ୍ମ ଉପରେ ଦେଖିବାକୁ ମିଳିନଥିଲା । ଏହା ପୂର୍ବରୁ ଶୁକ୍ରବାରରେ ଫିଲ୍ମଟି 6.71 କରୋଡର ଓପନିଂ କରିଥିଲା ।

ଏହି ଫିଲ୍ମ ସାଥିରେ ହିଁ ଏହା ଆଦିତ୍ୟ ରାୟ କପୁରଙ୍କ ଫିଲ୍ମ କ୍ୟାରିୟରରେ ପ୍ରଥମ ସବୁଠାରୁ ଅଧିକ ହାଇଏଷ୍ଟ ଓପନିଂ କରିଥିବା ଫିଲ୍ମ ବନିଯାଇଛି । ଦ୍ୱିତୀୟ ନମ୍ବରରେ ‘ଆଶିକ 2’ ଅଟେ, ଯାହାର ପ୍ରଥମ ଦିନର କଲେକ୍ସନ 6.25 କରୋଡ ଥିଲା ।

ଦିଶା ପାଟନି ଓ ଆଦିତ୍ୟ ରାୟ କପୁରଙ୍କ ଷ୍ଟାରର ‘ମଲଙ୍ଗ’କୁ କ୍ରିଟିକ୍ସ ଏବଂ ଲୋକମାନଙ୍କର ଭଲ ରେସ୍ପରେନ୍ସ ମିଳୁଅଛି । ଲୋକମାନେ ଫିଲ୍ମର କାହାଣୀକୁ ରୋମାନ୍ସ ଏବଂ ଥ୍ରୀଲରର ଭଲ କମ୍ବିନେସନ କହିଛନ୍ତି । ଦର୍ଶକମାନେ ଫିଲ୍ମର ପ୍ରଶଂସା କରି କହିଛନ୍ତି କି,ମୋହିତ ସୁରୀଙ୍କ ଏହି ଫିଲ୍ମ ତାଙ୍କ ପାଇଁ ଏକ ସରପ୍ରାଇଜ ପ୍ୟାକେଜ ଥିଲା । ଫିଲ୍ମଟି ଓ଼ମିଦ ଠାରୁ ଭଲ ପ୍ରଦର୍ଶନ କରୁଅଛି । କହିବାକି ମଲଙ୍ଗରେ ଆଦିତ୍ୟ ଏବଂ ଦିଶାଙ୍କ ବ୍ୟତୀତ ଅନିଲ କପୁର ଓ କୁଣାଲ ଖେମୁ ମଧ୍ୟ ପ୍ରମୁଖ ରୋଲରେ ଅଛନ୍ତି ।

‘ମଲଙ୍ଗ’ ଜରିଆରେ ଡ଼ାଇରେକ୍ଟର ମୋହିତ ସୁରୀ ପୁଣି ଥରେ ଦର୍ଶକମାନଙ୍କୁ ଭଲ ଫିଲ୍ମ ଦେଇଛନ୍ତି । ଏହି ଫିଲ୍ମରେ ଭରପୁର ଏକ୍ସନ,ମସାଲା,ଟ୍ୱିୱିଷ୍ଟ,ବୋଲଡନେସ ଏବଂ ରୋମାନ୍ସ ଭରିଛନ୍ତି । ମୋହିତ ଏହି ଫିଲ୍ମକୁ ଆଜିକାଲି ଦର୍ଶକ ମାନଙ୍କୁ ଧ୍ୟାନରେ ରଖିକରି ବନାଇଛନ୍ତି ।


ସେୟାର କରନ୍ତୁ