ବୋଲ୍ଡ ଏବଂ ସୁନ୍ଦରୀ ଦିଶା ପଟାନୀ ନିଜର ଚେହେରା ଲାଗି ସର୍ବଦା ହଟ୍ ତାଲିକାରେ ଥିବାବେଳେ ମୋହିତ ସୁରୀଙ୍କ ଅପକମିଙ୍ଗ ଫିଲ୍ମ “ମଲଙ୍ଗ’ରେ ନଜର ଆସିଛନ୍ତି । ଫେବୃଆରୀ ୭ରେ ଏହି ପରଦାରେ କମାଲ କରିଥିବା ଏହି ଫିଲ୍ମଟିର ନୂତନ ଗୀତଟି “ହୁଇ ମଲଙ୍ଗ’ରେ ଦିଶାଙ୍କ ଅବତାର ରହିଛି ଟିକେ ହଟ୍କେ । ଏହି ଗୀତଟିରେ ଦିଶା ଚମତ୍କାର ପ୍ରଦର୍ଶନ କରିଥିବାବେଳେ ଏହି ଗୀତଟିକୁ କଣ୍ଠପ୍ରଦାନ କରିଛନ୍ତି ଅସିସ୍ କୌର ଏବଂ ମ୍ୟୁଜିକ୍ କମ୍ପୋଜ୍ କରିଛନ୍ତି ଭେଦ୍ ଶର୍ମା । ଦିଶାଙ୍କ ଡ୍ରେସପିନ୍ଧାରେ ମଧ୍ୟ ଫ୍ୟାନ୍ ପାଗଳ ହୋଇଯାଇଛନ୍ତି । ଦୁଇଟି ଭିନ୍ନ ରଙ୍ଗର ଗେଟ୍ଅପ୍ରେ ଦିଶା ବହୁତ ହଟ୍ ଲାଗିଥିଲେ । ମୋହିତ ସୁରୀଙ୍କ ଏହି ଫିଲ୍ମଟିରେ ଆଦିତ୍ୟ ରୟ କପୁର ଲିଡ୍ ରୋଲରେ ନଜର ଆସିଛନ୍ତି ।
