ପରଦାରେ ଧମାଲ ମଚେଇବ ବାବୁ ଭାଇଜାନ

ସିନେମା
ସେୟାର କରନ୍ତୁ

ଆଗକୁ ଆସୁଛି ଫିଲ୍ମ ବାବୁ ଭାଇଜାନ । ଏହି ଫିଲ୍ମରେ ଲିଡ ରୋଲରେ ଅଭିନୟ କରିଛନ୍ତି ଅଭିନେତା ଅରିନ୍ଦମ ଏବଂ ଅଭିନେତ୍ରୀ ଶିବାନୀ । ଫିଲ୍ମର ନିଦେ୍ର୍ଧଶନା ଦେଇଛନ୍ତି ଲୋକପ୍ରିୟ ନିଦେ୍ର୍ଧଶକ ତାପସ ସରଘରିଆ ।

ଫିଲ୍ମର ଶୁଟିଂ ସରିଗଲାଣି ବୋଲି ସୂଚନା ମିଳିଛି । କିନ୍ତୁ ଫିଲ୍ମର ରିଲିଜ ତାରିଖ ଏପର୍ଯ୍ୟନ୍ତ ସ୍ଥିର କରାଯାଇନି । ତେବେ ଗତ କିଛି ଦିନ ହେବ ବାବୁ ଭାଇଜାନ ଫିଲ୍ମକୁ ନେଇ ଏକ ଆଲୋଚନା ଚାଲିଛି । ବାବୁ ଭାଇଜାନ ସତ କାହଣୀ ଉପରେ ଆଧାରିତ ହେଉଛି ।

ବାଲେଶ୍ୱରର ଅବଦୁଲ ଅମିନ୍ ଖାନଙ୍କ ଜୀବନକୁ ନେଇ ଫିଲ୍ମଟି ତିଆରି ହେଉଛି । ସେ କେମିତି ସଂଘର୍ଷ କରି ଜଣେ ଛୋଟ ଟେଲରରୁ ବଡ ଉଦ୍ୟୋଗପତି ହୋଇପାରିଛନ୍ତି । ତାହା ଏହି ଫିଲ୍ମରେ ଦେଖାଯାଇଛି । ଏହି ଫିଲ୍ମଟି ଅଧା ଭାଗ ସୁଟିଂ ଦିଲ୍ଲୀରେ କରାଯାଇଛି ।

ଏହି ଫିଲ୍ମରେ ମିହିର ଦାସ, ବବି ମିଶ୍ର, ମନୋଜ ମିଶ୍ର, ପ୍ରଦୁ୍ୟମ୍ନ ଲେଙ୍କା ଓ ବିଦୁସ୍ମିତା ପ୍ରମୁଖ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ।


ସେୟାର କରନ୍ତୁ