KGF 2ରେ ନଜର ଆସିବେ ରବୀନା ଟଣ୍ଡନ,ଏହି ଭୂମିକାରେ ନଜର ଆସିବେ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ସିନେ ପ୍ରେମୀଙ୍କ ପାଇଁ KGF 2ର ରହସ୍ୟ ଶେଷ ହେବାକୁ ଯାଉଛି । ଏହି ଫିଲ୍ମର ଅପେକ୍ଷା ଦର୍ଶକ ବଡ଼ ଭାବା ବେଗର ସହ କରିଛନ୍ତି । ଫିଲ୍ମର ଷ୍ଟାର କାଷ୍ଟ୍ସରେ ଏବେ ଆଉ ଏକ ବଡ଼ ନାମ ଯୋଡି ହୋଇଯାଇଛି । ସଞ୍ଜୟ ଦତ୍ତଙ୍କ ସାଥ-ସାଥ ରବିନା ଟଣ୍ଡନ୍‌ ମଧ୍ୟ ନଜର ଆସିବେ । ଏଥିରେ ରବିନା ଟଣ୍ଡନ୍‌ ପ୍ରଧାନମନ୍ତ୍ରୀ ରାମିକା ସେନଙ୍କ ଭୂମିକାରେ ନଜର ଆସିବେ । ତାଙ୍କର ନାମର ଖୁଲାସା ଡ଼ାଇରେକ୍ଟର ପ୍ରଶାନ୍ତ ନୀଲ ସୋସିଆଲ ମିଡିଆରେ କରିଛନ୍ତି । ତାଙ୍କର ଭୂମିକା ଇନ୍ଦିରାଗାନ୍ଧୀଙ୍କ ଦ୍ୱାରା ପ୍ରଭାବିତ ବୋଲି କୁହାଯାଉଅଛି ।

ସୂଚନାଯୋଗ୍ୟ ଯେ, ରବିନା କନ୍ନଡ଼ର ସୁପରହିଟ୍‌ ଫିଲ୍ମ KGFର ସିକ୍ୱେଲ୍‌ KGF 2ରେ ନଜର ଆସିବେ । ଏହି ଫିଲ୍ମରେ ଅଭିନେତା ସଞ୍ଜୟ ଦତ୍ତ ଏଣ୍ଟ୍ରି କରିଥିଲେ । 2018ମସିହାରେ KGF ଫିଲ୍ମ ରିଲିଜ୍‌ ହୋଇଥିଲା । ଏହା ସୁପରହିଟ୍‌ ମଧ୍ୟ ହୋଇଥିଲା । ଏବେ KGF 2ରେ ରବିନାଙ୍କ ଏଣ୍ଟ୍ରି ବିଷୟରେ ସୂଚନା ମିଳିଛି । ଫିଲ୍ମ ନିର୍ଦ୍ଦେଶକ ପ୍ରଶାନ୍ତ ନିଲ୍‌ ନିଜ ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ରେ ରବିନାଙ୍କ ସହ ଏକ ଫଟୋ ସେୟାର କରି ଏହି ବିଷୟରେ ଘୋଷଣା କରିଛନ୍ତି ।

ସେ ଲେଖିଛନ୍ତି ଯେ, ‘ଡେଥ୍‌ ୱାରେଣ୍ଟ ଜାରି କରିଥିବା ମହିଳାଙ୍କର ଏଣ୍ଟ୍ରି ହୋଇଯାଇଛି । KGF 2ର ଟିମ୍‌କୁ ରବିନା ଟଣ୍ଡନ୍‌ଙ୍କୁ ସ୍ୱାଗତ କରିଛନ୍ତି ନିର୍ଦ୍ଦେଶକ ପ୍ରଶାନ୍ତ । ରିପୋର୍ଟ ଅନୁସାରେ ଫିଲ୍ମରେ ରମିକା ସେନ୍‌ଙ୍କ ଭୂମିକାରେ ଅଭିନୟ କରିବେ ରବିନା । ସେହିପରି ସଞ୍ଜୟ ଦତ୍ତ ଏଥିରେ ଖଳନାୟକ ଭୂମିକାରେ ଅଭିନୟ କରିବେ ।

KGF 2 ଫିଲ୍ମର ପୋଷ୍ଟର କିଛି ପୂର୍ବରୁ ରିଲିଜ୍‌ ହୋଇଥିଲା। କନ୍ନଡ ଅଭିନେତା ୟଶ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିବେ । କନ୍ନଡ଼ ସହିତ ହିନ୍ଦୀ, ତାମିଲ୍, ତେଲୁଗୁ ଓ ମାଲାୟଲମ୍‌ ଭାଷାରେ ଫିଲ୍ମ ରିଲିଜ୍‌ ହେବ । ଏହି ଫିଲ୍ମର ରିଲିଜ୍‌ ହେବା ନେଇ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି । ତେବେ ପ୍ରଥମ ପାର୍ଟ ଭଳି ଏହି ଫିଲ୍ମ ବକ୍ସଅଫିସ୍‌ରେ ହିଟ୍‌ ହେବ ବୋଲି ପ୍ରଶଂସକଙ୍କ ଆଶା ରହିଛି । ଚଳିତ ବର୍ଷ ଜୁଲାଇ ମାସରେ ଫିଲ୍ମଟି ମୁକ୍ତିଲାଭ କରିବ ।


ସେୟାର କରନ୍ତୁ