ଶୁକ୍ରବାର ରାଶିଫଳ

Truthink
ସେୟାର କରନ୍ତୁ

ମେଷ: ବନ୍ଧୁମିଳନର ସୁଯୋଗ ଅଛି। କାର୍ଯ୍ୟର ସଫଳ ରୂପାୟନରେ ଆତ୍ମସନ୍ତୋଷ ମିଳିବ। ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ବିଚକ୍ଷଣ ବୁଦ୍ଧିଯୁକ୍ତ ହେବେ। ଜନ ସମାଜରେ ଆଦର ମିଳିବ।
ବୃଷ: ଶତ୍ରୁ ଯେତେ ବଳବାନ୍‌ ହେଲେ ବି ତାକୁ ପରାସ୍ତ କରି ମାନସିକ ଶାନ୍ତି ଫେରି ପାଇବେ। ସୌଭାଗ୍ୟ ଉଦୟ ହୋଇଛି। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ନୃତ୍ୟ-ସଙ୍ଗୀତପ୍ରିୟ ହୋଇପାରନ୍ତି। ସତ୍‌କର୍ମରେ ଚଳିବେ। ଧାର୍ମିକ ପ୍ରବୃତ୍ତିର ହେବେ।
ମିଥୁନ: ତରବର ନ ହୋଇ ଧୀରେ ସୁସ୍ଥେ କାର୍ଯ୍ୟ କରନ୍ତୁ। ସମ୍ମାନ ଜଗି ଚଳିବାକୁ ପଡ଼ିବ। ସୌଭାଗ୍ୟଯୁକ୍ତ , ସମ୍ମାନଯୁକ୍ତ, ଧ୍ୟାନରତ, ଧନଯୁକ୍ତ ଓ ସ୍ତ୍ରୀ, ପୁତ୍ର ପ୍ରୀତିଯୁକ୍ତ ହେବେ। ମିତ୍ର ସହଯୋଗ ମିଳିବ।
କର୍କଟ: ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯଯାପନ କରିବେ। ସର୍ବାଙ୍ଗୀଣ ଉନ୍ନତି ଆଶାକରାଯାଏ। କୃଷିକ୍ଷେତ ଲାଭଦାୟକ ହେବ। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ପ୍ରଦୂଷଣମୁକ୍ତ ହେବ।
ସିଂହ: ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ। ଧାର୍ମିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ମନ ପ୍ରଫୁଲ୍ଲ ରହିବ। ପ୍ରତିଯୋଗିତାରେ ବିଜୟୀ ହେବେ। ବହୁ ସମ୍ମାନର ଅଧିକାରୀ ହୋଇପାରନ୍ତି। ସୁଖ ମିଳିବ।
କନ୍ୟା: କାର୍ଯ୍ୟ ହାସଲ ପାଇଁ ପ୍ରତୀକ୍ଷାରତ ହୋଇପାରନ୍ତି। ତ୍ୟାଗଶୀଳ ଓ ନୀତିଜ୍ଞ ହେବେ। ଚଞ୍ଚଳମନା, କୀର୍ତ୍ତିମାନ୍‌ ଓ ସହିଷ୍ଣୁ ହେବେ।
ତୁଳା: ଜନସାଧାରଣ ଓ ପରିବାରର କଲ୍ୟାଣଭାଜନ ହେବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମଭୋଜନରେ ଆପ୍ୟାୟିତ ହେବେ। ବ୍ୟବସାୟ ଲାଭଜନକ ହେବ। ଧନବାନ୍‌ ଓ ଅପାରଗୁଣର ଅଧିକାରୀ ହେବେ।
ବିଛା: ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ଧନକ୍ଷୟ ହେବାର ସମ୍ଭାବନା ଅଛି। ଉଚ୍ଚଆଶା ଫଳବତୀ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ସୌଭାଗ୍ୟଯୁକ୍ତ ହେବ। ବନ୍ଧୁ ସହଯୋଗ ମିଳିବ। ଚାକିରିରେ ସୁଫଳ ମିଳିବ।
ଧନୁ: ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଧନଲାଭର ସୂଚନା ମିଳୁଛି। ସ୍ଥିତି ଅନୁକୂଳ ରହିଛି। ଧର୍ମ-କାର୍ଯ୍ୟ ସଂପାଦନ କରିପାରନ୍ତି। ବ୍ୟବସାୟରେ ଉନ୍ନତି ଘଟିବ। ପଦୋନ୍ନତିର ସୁଯୋଗ ରହିଛି। ସମ୍ମାନର ଅଧିକାରୀ ହେବେ।
ମକର: କାର୍ଯ୍ୟରେ ସଫଳତା ଲାଭ କରିବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଉନ୍ନତି ପଥ ଅନୁସରଣ କରିପାରନ୍ତି। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ବନ୍ଧୁ ଦର୍ଶନ ଶୁଭଦାୟକ ହେବ। ସରକାରୀ ଅର୍ଥ ମିଳିପାରେ। ଗୁଣଜ୍ଞ ହୋଇପାରନ୍ତି।
କୁମ୍ଭ: ବନ୍ଧୁ ସହଯୋଗ ମିଳିବ। ଦୂରଯାତ୍ରା ଶୁଭଦାୟକ ହେବ। ଧନବାନ୍‌ ଓ ଭାଗ୍ୟବାନ୍‌ ହୋଇପାରନ୍ତି। ସାମର୍ଥ୍ୟର ପରିପ୍ରକାଶ ଘଟିବ। ଧନାଗମ ହେବେ। ଉତ୍ତମ ବସ୍ତୁ, ରତ୍ନ ଲାଭ ହୋଇପାରେ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ।
ମୀନ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଷ୍ଟମଚନ୍ଦ୍ର ଯୋଗୁଁ ସାମାନ୍ୟ କ୍ଳେଶର ସମ୍ମୁଖୀନ ହୋଇପାରନ୍ତି। ଧନକ୍ଷୟ ସମ୍ଭାବନା ଅଛି। କେବଳ ଯୁଗ୍ମ ବ୍ୟବସାୟରୁ କିଛି ଲାଭ ମିଳିବ। ସ୍ବାଭିମାନୀ ହେବେ। ଜଳଯାତ୍ରା ମନା।


ସେୟାର କରନ୍ତୁ