ବହୁ ଦିନ ପରେ ଶ୍ରୋତାଙ୍କ ପାଖକୁ ଫେରିଲେ ଅଦନାନ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଅଦନାନ ସାମୀ ବହୁ ଦିନ ପରେ ଶ୍ରୋତାଙ୍କ ପାଖକୁ ନୂଆ ମ୍ୟୁଜିକ ଭିଡିଓ ଆଲବମ ସହ ଫେରିଛନ୍ତି । ତାଙ୍କର ପ୍ରଶଂସକଙ୍କୁ ବେଶ କିଛି ଦିନ ଅପେକ୍ଷା କରାଇବା ପରେ ପୁଣି ନିଜର ନୂଆ ଆଲବମ ଭିଡିଓ ସଂଗ ‘ତ ୟାଦ ଆୟା’ ଜରିୟାରେ ଫେରିଛନ୍ତି । ମୁମ୍ବାଇରେ ମୁ୍ୟଜିକର ଲଂଚ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।

ଅଦନାନଙ୍କ ସହ ତାଙ୍କ ପତ୍ନୀ ଓ ଝିଅ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଗୀତକୁ ଅଦନାନ କମ୍ପୋଜ କରିବା ସହ ଏଥିରେ ମଧ୍ୟ ଅଭିନୟ କରିଛନ୍ତି ।ତାଙ୍କ ନାୟିକା ଭାବେ ଅଦା ଶର୍ମା ମଧ୍ୟ ଅଭିନୟ କରିଛନ୍ତି । କୁନାଲ ବର୍ମା ଏହି ଗୀତକୁ ଲେଖିବା ସହ ମ୍ୟୁଜିକ ମଧ୍ୟ କରିଛନ୍ତି । ଟି ସିରିଜ ମ୍ୟୁଜିକ କମ୍ପାନୀ ବ୍ୟାନରରେ ଏହାକୁ ରିଲିଜ କରାଯାଇଛି ।

ଫିଲ୍ମ ବଜରଙ୍ଗୀ ଭାଇଜାନରେ ଶେଷ ଥର ପାଇଁ ଅଦନାନଙ୍କ ସ୍ୱର ଶୁଣିବାକୁ ମିଳିଥିଲା । ଏଥିରେ ସେ କବାଲୀ ଗୀତ ଗାଇବା ସହ ଅଭିନୟ କରିଥିଲେ । ଏହି ବର୍ଷ ହିଁ ତାଙ୍କୁ ସବୁଠୁ ବଡ ଖୁସି ଖବର ଦେଇଛି । ଅଦନାନ ଓ ତାଙ୍କ ପରିବାରକୁ ଭାରତୀୟ ନାଗରିକତା ଦେଇଥିଲେ ଭାରତ ସରକାର । ଆଉ ଏବେ ସମ୍ମାନୀୟ ପଦ୍ମ ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଛି ।


ସେୟାର କରନ୍ତୁ