ଫିଲ୍ମ ‘ପୃଥ୍ୱୀରାଜ’ରେ ପୁଣି ନଜର ଆସିବେ ଅଭିନେତା ସୋନୁ ସୂଦ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଜଲ୍ଦି ପରଦା ଉପରେ ବଡ଼ ପିରିୟଡ ଡ୍ରାମା ଫିଲ୍ମ ‘ପୃଥ୍ୱୀରାଜ’ରେ ନଜର ଆସିବାକୁ ଥିବା ଅଭିନେତା ସୋନୁ ସୂଦ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସାଥିରେ ମିଶିକରି ସେମିତି ଯାଦୁ କରିବାକୁ ଅପେକ୍ଷା ଅଛି ଯେମିତି ଦୁହେଁ ପ୍ରଥମେ ମଧ୍ୟ କେତେ ଗୁଡିଏ ପରିଯୋଜନା ମାନଙ୍କରେ କରିଥିଲେ ।

ଗୋଦରେଜ ଇଂଟରିୟୋର ଏକ ପ୍ରମୋସନଲ ଇବେଣ୍ଟରେ ମିଡ଼ିଆ ସାଥିରେ କଥାବାର୍ତା ସମୟରେ ସୋନୁ କହିଥିଲେ କି, ‘ସୁଟିଂ ଜାରି ରହିଛି । ଏହା ଏହି ବର୍ଷର ସବୁଠାରୁ ମହଙ୍ଗା ଫିଲ୍ମ ମଧ୍ୟରୁ ଗୋଟିଏ,ଯାହାକି ଦୀପାବଳୀ ସମୟରେ ଆସିବାକୁ ଯାଉଛି । ଅକ୍ଷୟ ଓ ମୁଁ ତିନିରୁ ଚାରି ଫିଲ୍ମରେ କାମ କରିଅଛୁ ଏବଂ ଏହି ସମସ୍ତ ଫିଲ୍ମ ବହୁତ ହିଟ ରହିଛି । ଏଥିପାଇଁ ଆମକୁ ଅପେକ୍ଷ୍ୟା ଅଛି କି ଏହି ଫିଲ୍ମରେ ମଧ୍ୟ ଏହି ଯାଦୁ ପୁଣିଥରେ ଚାଲିବ।’

ସୋନୁ ଅକ୍ଷୟଙ୍କ ସାଥିରେ ଅତୀତରେ ‘ସିଂହ ଇଜ କିଙ୍ଗ’,’ଏଣ୍ଟରଟେନମେଣ୍ଟ’,’ଗବର ଇଜ ବ୍ୟାକ’ରେ କାମ କରିଛନ୍ତି । ତେବେ ‘ପୃଥ୍ୱୀରାଜ’ରେ ସୋନୁଙ୍କ ଭୂମିକା ବିଷୟରେ ବେଶୀ କିଛି ଜାନକାରୀ ଜଣା ପଡ଼ିନାହିଁ । ସେଇଠି ଅଭିନେତାଙ୍କ କହିବା ଅନୁଯାୟୀ ଫିଲ୍ମରେ ତାଙ୍କର ଭୂମିକା ପ୍ରମୁଖ ଭୂମିକା ମଧ୍ୟରୁ ଗୋଟିଏ ଅଟେ ।

‘ପୃଥ୍ୱୀରାଜ’ ଗୋଟିଏ ଐତିହାସିକ ଘଟଣା ଉପରେ ଆଧାରିତ ଫିଲ୍ମ ଅଟେ । ଯେଉଁଥିରେ ରାଜା ପୃଥ୍ୱୀରାଜ ଚୌହାନଙ୍କ ଜୀବନର କାହାଣୀ ଦେଖା ଯିବ । ଫିଲ୍ମରେ ଅକ୍ଷୟ କୁମାର ପୃଥ୍ୱୀରାଜଙ୍କ ଭୂମିକାରେ ଅବତୀର୍ଣ ହେବେ ତେବେ ମାନୁଷୀ ଛିଲର ରାଣୀ ସଂଯୁକ୍ତାଙ୍କ ରୂପରେ ନିଜର ଫିଲ୍ମ ଦୁନିଆରେ ନିଜର ଜଲବା ଦେଖାଇବେ । ଏହି ଫିଲ୍ମ ଦିପାବଳୀ ମୌକାରେ 13 ନଭେମ୍ବରରେ ରିଲିଜ ହେବ ।


ସେୟାର କରନ୍ତୁ