ଅନୀଲ ଓ ହର୍ଷବର୍ଧନ ଏକାଠି ନଜର ଆସିବେ ଗୋଟିଏ ଲୁକରେ

ସିନେମା
ସେୟାର କରନ୍ତୁ

ବଲିଉଡର ଏଭର ଗ୍ରୀନ ବୟ ହେଉଛନ୍ତି ଅନୀଲ କପୁର । ସେ ଅନେକ ହିଟ ସିନେମାରେ ଅଭିନୟ କରିସାରିଛନ୍ତି । ହେଲେ ତାଙ୍କ ପୁଅ ହର୍ଷବର୍ଦ୍ଧନ କପୁର ଏବେ ନିଜର ଆଗାମୀ ସିନେମାକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।

ସେ ସିନେମା ‘ମିର୍ଜିୟା’ ଜରିଆରେ ବଲିଉଡରେ ହିରୋ ଭାବେ ଡେବ୍ୟୁ କରିଥିଲେ । ସିନେମାଟି ନର୍ଦେଶକ ରାକେଶ ଓମ୍‌ପ୍ରକାଶ ମେହେରା ନିର୍ଦ୍ଦେଶନା ଦେଇଥିଲେ । ସିନେମାଟି ବକ୍ସ ଅଫିସ୍‌ରେ ଫ୍ଲପ୍‌ ହୋଇଥିଲା ।  ସେଏବେ ଏକ ନୂଆ ସିନେମାରେ କାମ କରୁଛନ୍ତି । ହର୍ଷବର୍ଦ୍ଧନଙ୍କ ସହିତ ତାଙ୍କ ପିତା ଅନୀଲଙ୍କୁ ପ୍ରଥମ ଥର ପାଇଁ ଏକାଠି ଦେଖିବାକୁ ମିଳିବ ଏହା ପୂର୍ବରୁ ସେ ଝିଅ ସୋନମଙ୍କ ସହିତ କାମ କରିଥିଲେ ।

ଅନୀଲ ଏ ବିଷୟରେ ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏହି ଫିଲ୍ମର ଷ୍ଟାରକାଷ୍ଟଙ୍କ ସହିତ ଉଠାଇଥିବା ଏକ ଫଟୋକୁ ସେଆର୍ କରିଛନ୍ତି, ଯେଉଁଥିରେ ଅନୀଲ ଓ ହର୍ଷବର୍ଦ୍ଧନଙ୍କ ବ୍ୟତୀତ ଅଭିନବ ବିନ୍ଦ୍ରା ଅଛନ୍ତି । ସେ କହିଛନ୍ତି ଯେ ଏହି ସିନେମାର ସୁଟିଂ ଫେବ୍ରୁଆରି 12 ତାରିଖରୁ ଆରମ୍ଭ ହୋଇଯାଇଛି । ଇତିମଧ୍ୟରେ ଏହି ସିନେମାର ସୁଟିଂ ଆରମ୍ଭ ହୋଇଯାଇଥିବା ନେଇ ଅନୀଲ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ 2008 ବେଜିଂ ଅଲମ୍ପିକରେ 10ମିଟର ଏୟାର ରାଇଫଲରେ ସ୍ବର୍ଣ୍ଣପଦକ ଜିତିଥିବା ଭାରତୀୟ ତୀରନ୍ଦାଜ୍‌ ଅଭିନବ ବିନ୍ଦ୍ରାଙ୍କ ଜୀବନୀ ଉପରେ ଆଧାରିତ। ଏଥିରେ ଟାଇଟଲ୍‌ ରୋଲ୍‌ରେ ନଜର ଆସିବେ ।


ସେୟାର କରନ୍ତୁ