ବଜାରକୁ ଆସିବ ସବୁଠାରୁ ଶସ୍ତା I phone,ପଢନ୍ତୁ କେତେ ରହିବ ଦାମ

Truthink
ସେୟାର କରନ୍ତୁ

30ହଜାର ଟଙ୍କାରୁ କମ୍ ମୂଲ୍ୟରେ ହେବ ବଜାର ପ୍ରବେଶ
-ଏହାର ନାମ ଆଇଫୋନ ଏସଇ-2 କିମ୍ବା ଆଇଫୋନ-9 ହୋଇପାରେ
ନୂଆଦିଲ୍ଲୀ : ଚଳିତ ବର୍ଷ ମାର୍ଚ୍ଚ 31ରେ ହେବାକୁଥିବା ଆପଲର କାର୍ଯ୍ୟକ୍ରମରେ ସବୁଠାରୁ ଶସ୍ତା ଆଇଫୋନ ଲଞ୍ଚ ହୋଇପାରେ। ଯାହାର ମୂଲ୍ୟ 30ହଜାର ଟଙ୍କାରୁ କମ୍ ହେବ ବୋଲି ଅନୁମାନ କରାଯାଉଛି । ଏହାର ନାମ ଆଇଫୋନ ଏସଇ-2 କିମ୍ବା ଆଇଫୋନ-9 ହେବାର ସୂଚନା ମିଳିଛି । ଏନେଇ ଜର୍ମାନୀର ଏକ ୱେବସାଇଟ ସୂଚନା ଦେଇଥିବା ବେଳେ ଆପଲ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ।
ଜର୍ମାନୀର ଏକ ୱେବସାଇଟର ସୂଚନା ଅନୁସାରେ, ଆପଲର ଏହି ଫୋନ ମାର୍ଚ୍ଚ 31ରେ ଲଞ୍ଚ ହେବ । ଏପ୍ରିଲ 2ରୁ ଏହାର ବିକ୍ରି ଆରମ୍ଭ ହେବ। ଫୋନର ସାଇଜ୍ ଆଇଫୋନ-5 ଭଳି ହେବ ବୋଲି ଅନୁମାନ କରାଯାଉଛି । ଏଥିରେ 4.7ଇଞ୍ଚର ଡିସପ୍ଲେ ପାଇପାରିବେ ।


ସେୟାର କରନ୍ତୁ