ପାନ ପତ୍ରର ଉପକାରୀ ଗୁଣ, ଭଲ ହେଇଯିବ ଏହି ସବୁ ରୋଗ

Truthink
ସେୟାର କରନ୍ତୁ

ପାନ ଖାଇବା ଏକ ଆଉଟଡେଟେଡ ଫ୍ୟାଶନ ଭାବେ ଆଜିକାଲି ଗଣା ଯାଉଛି । ଖାସ କରି ଗୁଟୁଖା ଓ ସିଗାରେଟ ଏହି ସ୍ଵାଦିଷ୍ଟ ମୁଖବାସର ସ୍ଥାନ ନେଇ ସାରିଥିବା ବେଳେ ଅନେକ ସ୍ଥାନରେ ଗୁଟଖା ନିଷେଧ ହେବା ପରେ ପରେ ଏହାର ଲୋକପ୍ରିୟତା ତିରେ ଧୀରେ ବଢିବାରେ ଲାଗିଛି । 

ଯଦିଓ ପାନ ଓ ଗୁଆ ମାତ୍ରାଧିକ ଭାବରେ ଖାଇବା ସ୍ୱାସ୍ଥ୍ୟପ୍ରତି ହାନିକାରକ, ତେବେ ଏହାର ଅନେକ ଉପାଦେୟ ଗୁଣ ମଧ୍ୟ ରହିଛି । ଏହାର ଏହି ଗୁଣ ପାଇଁ ଏହାକୁ ଠାକୁରଙ୍କ ପାଖେ ଭୋଗ ମଧ୍ୟ କରାଯାଏ ।
ତେବେ ଆପଣ ଜାଣିଛନ୍ତି କି ପାନପତ୍ରରେ ଅନେକ ଭିଟାମିନ୍‌ ରହିଛି, ଯେପରିକି ଭିଟାମିନ୍‌-ସି ଓ କ୍ୟାଲ୍‌ସିୟମ। ଏହା ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ ।

ପାନରେ ଥିବା ଏହିସବୁ ଉପକାରୀ ତତ୍ତ୍ଵ କିଭଳି ଆମ ଶରୀରର ଉପକାର କରିଥାଏ , ଏହା ଛଡା ଏହାକୁ କିପରି ବ୍ୟବହାର କରିବେ, ଆସନ୍ତୁ ସେ ବିଷୟରେ ଜାଣିବା ।

1- ପାନପତ୍ର ଶ୍ୱାସ ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ। ପାନପତ୍ରରେ କିଛି ଜୁଆଣି ମିଶାଇ ଖାଆନ୍ତୁ। ଏହା ପରେ ନଖ ଉଷୁମ ପାଣି ପିଅନ୍ତୁ। ଏହା ଆପଣଙ୍କୁ ଶ୍ୱାସ ରୋଗ ଜନିତ ସମସ୍ୟାରୁ ଆରାମ ଦେବ।

2- ପାନପତ୍ର ଏସିଡିଟିକୁ ଦୂର କରିଥାଏ ଓ ପାଚନ ପ୍ରକ୍ରିୟାକୁ ମଜବୁତ୍‌ କରିଥାଏ। ପାନପତ୍ର ଖାଇବା ଯୋଗୁ ଗ୍ୟାସ୍‌ ଏବଂ ପେଟ ଫୁଲିବା ଭଳି ସମସ୍ୟା ଦେଖାଯାଏ ନାହିଁ ।

3- ଏହା ମୁଣ୍ଡ ବିନ୍ଧାରୁ ମଧ୍ୟ ମୁକ୍ତି ଦେଇଥାଏ। ପାନପତ୍ରକୁ ପେଷ୍ଟ୍‌ କରି କପାଳରେ ଲାଗନ୍ତୁ। ଏହା ଆପଣଙ୍କୁ ମୁଣ୍ଡ ବିନ୍ଧାରୁ ଆରାମ ଦେବ।

4- ଥଣ୍ଡା ହେଲେ ଆମେ ଏହାକୁ ବ୍ୟବହାର କରି ଆରାମ ପାଇପାରିବେ। ଥଣ୍ଡା ହେଲେ ପାନପତ୍ରକୁ ବାଟି ଏହାର ରସକୁ ପିଅନ୍ତୁ। ମନେ ରଖିବେ ଥରକେ ଗୋଟେ ଚାମଚ ରସ ପିଇବେ। ଏହିପରି ଦିନରେ ତିନି ଥର ପିଇଲେ ଥଣ୍ଡା ଭଲ ହୋଇଥାଏ।


ସେୟାର କରନ୍ତୁ