ବଜାର ପ୍ରବେଶ କଲା Samsung galaxy a71

Truthink
ସେୟାର କରନ୍ତୁ

ଗତ କିଛିଦିନ ହେବ ଦକ୍ଷିଣ କୋରିଆ କମ୍ପାନୀ ସାମସଙ୍ଗ୍ ଭାରତୀୟ ବଜାରରେ ଗୋଟିଏ ପରେ ଗୋଟିଏ ନୂଆ ସ୍ମାର୍ଟଫୋନ୍ ଲଞ୍ଚ୍ କରୁଛି । ଏବେ କମ୍ପାନୀ ଆଉ ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ୍ କରିଛି । ଯାହାର ନାଁ ରହିଛି ଗାଲାକ୍ସି ଏ୭୧ । ଏହି ସ୍ମାର୍ଟଫୋନ୍‌ର ବିଶେଷତ୍ତ୍ୱ ହେଉଛି ଏହାର ୬୪ ମେଗାପିକ୍ସେଲ୍ କ୍‌ଡ୍ କ୍ୟାମେରା ସେଟ୍‌ଅପ୍ ଓ ଇନ୍‌ଫିନିଟି-ଓ ଡିସ୍‌ପ୍ଲେ । କମ୍ପାନୀ ଗାଲାକ୍ସି ଏ୭୧କୁ ୮ଜିବି ରାମ୍ ୧୨୮ଜିବିର ଇଣ୍ଟରନାଲ୍ ଷ୍ଟୋରେଜ୍ ସହ ଗୋଟିଏ ଭ୍ୟାରିଆଣ୍ଟରେ ଲଞ୍ଚ୍ କରିଛି । ଯାହାର ମୂଲ୍ୟ ୨୯ ହଜାର ୯୯୯ ଟଙ୍କା ରଖାଯାଇଛି । ଏହି ଫୋନ୍‌ଟିକୁ ଆପଣ କ୍ରଶ ବ୍ଲୁ, ବ୍ଲାକ୍ ଓ ସିଲ୍‌ଭର୍ ୩ଟି କଲର ଅପଶନ୍‌ରେ କିଣିପାରିବେ । ଫୋନ୍‌ଟି ଆସନ୍ତା ୨୪ ତାରିଖରୁ ଅଫ୍‌ଲାଇନ୍ ଷ୍ଟୋର ସମେତ ସାମ୍‌ସଙ୍ଗ ଓପେରା ହାଉସ୍‌, ସାମ୍‌ସଙ୍ଗ ଇ-ଶପ୍ ଓ ଇ-କମର୍ସ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ।


ସେୟାର କରନ୍ତୁ