ଦହି ସହ ଭୂଲରେ ବି ଖାଆନ୍ତୁ ନାହିଁ ଏହି ଜିନିଷ ହେଇପାରେ ସମସ୍ୟା

Truthink
ସେୟାର କରନ୍ତୁ

ଆପଣ ଦହି ଖାଇବାକୁ ପସନ୍ଦ କରନ୍ତି କି । ଦହିରେ ଏଭଳି ତତ୍ୱ ରହିଛି ଯାହା ଶରୀର ପାଇଁ ଖୁବ୍ ଉପଯୋଗୀ । ଏହାକୁ ସେବନ କରିବା ଦ୍ୱାରା ବହୁତ ଶୀଘ୍ର ଖାଦ୍ୟ ହଜମ ହୋଇଯାଇଥାଏ । ଯେଉଁ ବ୍ୟକ୍ତିଙ୍କର କୋଷ୍ଠକାଠିନ୍ୟ, ଏସିଡିଟି ସମସ୍ୟା ଥାଏ ସେମାନଙ୍କ ପାଇଁ ଦହି ଲାଭକାରୀ ଅଟେ । କିନ୍ତୁ ଦହି ଖାଇବା ପରେ କିଛି ଜିନିଷ ରହିଛି ତାକୁ ଖାଇବା ଉଚିତ୍ ନୁହେଁ । କାରଣ ଏହାଦ୍ୱାରା ଲାଭ ବଦଳରେ ସେଥିପାଇଁ ଦହି ଖାଇବା ପରେ ଖଟା ଜାତୀୟ ଫଳ ସେବନ କରିବା ଉଚିତ୍ ନୁହେଁ । ଏଥିରେ ଅଲଗା ଅଲଗା ଏଞ୍ଜାଇମ ମିଳିଥାଏ । ସେଥିପାଇଁ ଉଭୟ ଜିନିଷକୁ ଏକାଠି ସେବନ କରିବା ଦ୍ୱାରା ଏହା ଶରୀରରେ ଟକ୍ସିନ ହୋଇଯାଇଥାଏ । ଯାହାଦ୍ୱାରା ଉଭୟ ଜିନିଷ ପାଚନ ହେବାରେ ସମସ୍ୟା ଉପୁଜିଥାଏ ।
ଦହି ଏବଂ ଚିଜ୍ କୁ ଏକାଠି ଖାଇବା ଉଚିତ୍ ନୁହେଁ । ଯଦି ଆପଣ ଏହି ଦୁଇଟି ଜିନିଷକୁ ଏକାଠି ସେବନ କରୁଛନ୍ତି ତେବେ ଏହା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ ।

ସେହିପରି ବିରି ଡାଲି ସହିତ ଦହି ସେବନ କରିବା ଉଚିତ୍ ନୁହେଁ । ଏହି ଦୁଇଟି ଖାଦ୍ୟକୁ ଏକାଠି ସେବନ କଲେ ବିଷ ପାଲଟି ଯାଇଥାଏ । ଏହାଦ୍ୱାରା ଶରୀରକୁ କ୍ଷତି ପହଁଚିଥାଏ ।


ସେୟାର କରନ୍ତୁ