ବିଜେଡି ଯୁବନେତା ଅଜିତ କୁମାର ସାହୁ (ମଣ୍ଟୁ)ଙ୍କ ପଥରଖମ୍ବ ଅଗ୍ନିବିପନ୍ନ ଅଞ୍ଚଳ ପରିଦର୍ଶନ

Truthink
ସେୟାର କରନ୍ତୁ

ପରଜଙ୍ଗ: ଆଜି ଶୁକ୍ରବାର ଅପରାହ୍ନରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଜେଡି ଯୁବନେତା ଅଜିତ କୁମାର ସାହୁ (ମଣ୍ଟୁ) ପଥରଖମ୍ବ ଗ୍ରାମ ପଞ୍ଚାୟତର ଅଗ୍ନିବିପନ୍ନ ପରିବାରଙ୍କ ଘର ପୋଡି ଅଞ୍ଚଳ ପରିଦର୍ଶନ କରିଥିଲେ । ଏହି ଅବସରରେ ଶ୍ରୀ ସାହୁ ଅଗ୍ନିବିପନ୍ନ ପରିବାରଙ୍କ ସହ ନିଜର ଦୁଃଖ ପ୍ରକାଶ କରିବା ସହ ନୂତନ ବସ୍ତ୍ର ଦେଇଥିଲେ ।

ଶ୍ରୀ ସାହୁ ପରିଦର୍ଶନରେ ନିଜର ଦୁଃଖ ପ୍ରକାଶ କରି କହିଥିଲେ, “ଘର ପୋଡି ଘଟଣା ଶୁଣି ମୁଁ ଦୁଃଖିତ ଓ ମର୍ମାହତ, ଏହା ଦ୍ୱାରା ଅନେକ ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି, ଏହା ଠାରୁ ଆଉ କଣ ଦୁଃଖଦ ଘଟଣା ହୋଇପାରେ, ଏଣୁ ଏହି ଭଳି ପୁନର୍ବାର ଘଟଣା ଆମ ଅଞ୍ଚଳରେ କେବେ ନ ଘଟୁ ବୋଲି କହିଥିଲେ ।” ଏଥି ସହ ସମସ୍ତ ଅଗ୍ନିବିପନ୍ନ ପରିବାରଙ୍କର ଓଭୟ ପୁରୁଷ ମହିଳା ମାନଙ୍କୁ ନୂତନ ବସ୍ତ୍ର ପ୍ରଦାନ କରିଥିଲେ ।

ସେଇଭଳି ଅନ୍ୟ ମାନଙ୍କ ମଧ୍ୟରେ ଯୁବଶକ୍ତି ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ, ସରପଞ୍ଚ ବଳରାମ ସାହୁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ନାୟକ ଏବଂ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।


ସେୟାର କରନ୍ତୁ