କରିନା ସୈଫ କରୁଥିଲେ ଫଟୋ ସୁଟ, ତୈମୁର ବନ୍ଧୁକ ନେଇ କଲେ କିଛି ଏମିତି… ଭିଡ଼ିଓ ହେଲା ଭାଇରଲ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ଼ର ସବୁଠାରୁ ପପୁଲାର ଷ୍ଟାର କିଡ଼ ତୈମୁର ଅଲ୍ଲୀ ଖାନ ନିଜର କ୍ୱିୟୁଟ ହରକତ ପାଇଁ ସୋସିଆଲ ମିଡିଆରେ ଛାଇ ରୁହନ୍ତି । ବିଗତ କିଛି ଦିନ ହେବ ତାଙ୍କର ଫଟୋ ଏବଂ ଭିଡ଼ିଓ ଭାଇରଲ ହେଉଅଛି । କରିନା କପୁର ଏବଂ ଆକ୍ଟର ସୈଫ ଅଲ୍ଲୀ ଖାନଙ୍କ ତିନି ବର୍ଷର ପୁଅ ତୈମୁର ଅଲ୍ଲୀ ଖାନ ଏହି ଥର ନିଜର ଭିଡିଓକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଘଟଣା ଏଇୟା କି,ଏହି ଭିଡ଼ିଓରେ ସୈଫ ଏବଂ କରିନାଙ୍କ ପୁଅ ଏୟାରଗନ ସାଥିରେ ମସ୍ତି କରୁଥିବାର ନଜର ଆସୁଛନ୍ତି । ତୈମୁର ଅଲ୍ଲୀ ଖାନଙ୍କ ଏହି ଭିଡିଓକୁ ତାଙ୍କର ଫ୍ୟାନ୍ସ କ୍ଲବ ନିଜର ଇନଷ୍ଟାଗ୍ରାମରେ ସେୟାର କରିଅଛନ୍ତି ।

ଭିଡ଼ିଓରେ ଦେଖାଯାଉଛିକି କେମିତି ତୈମୁର ଅଲ୍ଲୀ ଖାନ କରିନା ଓ ସୈଫଙ୍କ ଫଟୋ ସୁଟ ସମୟରେ ସେଟରେ ମସ୍ତି କରୁଛନ୍ତି । ଏହି ଭିଡିଓକୁ ସେୟାର କରି ଫ୍ୟାନ୍ସ କ୍ଲବ ଲେଖିଲେ,’ନିଜର ମମ୍ମି-ପାପାଙ୍କ ସୁଟିଂ ସେଟରେ ତୈମୁର ଅଲ୍ଲୀ ଖାନ ମସ୍ତି କରୁଅଛନ୍ତି ।’ ତୈମୁର ଅଲ୍ଲୀ ଖାନଙ୍କ ଏହି ଭିଡ଼ିଓ ଉପରେ ଫ୍ୟାନ୍ସମାନେ ଖୁବ କମେଣ୍ଟ କରୁଛନ୍ତି ଏବଂ ନିଜର ପ୍ରତିକ୍ରିୟା ଦେଉଛନ୍ତି ।

ତେବେ ପୂର୍ବରୁ ତୈମୁର ଅଲ୍ଲୀ ଖାନଙ୍କ ଗୋଟିଏ ଫଟୋ ଇଂଣ୍ଟରନେଟରେ ଖୁବ ଭାଇରଲ ହୋଇଥିଲା । ଏହି ଫଟୋରେ ଷ୍ଟାରକିଡ଼ ମସୁର ସଂଗୀତକାର ସଲିମ ମରଚେଁଟଙ୍କ ସହିତ ନଜର ଆସିଥିଲେ । ଫଟୋରେ ଖାସ କଥା ଏହା ଥିଲାକି ତୈମୁର କେଜୁଅଲ ଆଉଟଫିଟ ସାଥିରେ ପଂଜାବୀ ଜୋତା ପିନ୍ଧିଥିବାର ନଜର ଆସିଥିଲେ । ତୈମୁର ନିଜର ଏହି ଫଟୋ ପାଇଁ ଆଉ ଥରେ ପୁଣି ଖୁବ ଚର୍ଚାରେ ଥିଲେ ।


ସେୟାର କରନ୍ତୁ