ରୋଷେଇ ପାଇଁ ରିଫାଇନ ନା ସୋରିଷ ତେଲ କଣ ଉପକାରୀ ଜାଣିବା ପାଈଁ କ୍ଲିକ କରନ୍ତୁ

Truthink
ସେୟାର କରନ୍ତୁ

ରୋଷେଇ ଘରେ ରନ୍ଧା ତେଲର ବହୁତ ମହତ୍ତ୍ବ ରହିଥାଏ। ଡାଲି ଛୁଙ୍କ ହେଉ ଅବା ଯେକୌଣସି ଆମିଷ ବ୍ୟଞ୍ଜନ ପ୍ରସ୍ତୁତି ହେଉ, ତେଲର ଆବଶ୍ୟକତା ପଡିଥାଏ। ସ୍ବାସ୍ଥ୍ୟପ୍ରତି ଅଧିକ ଯତ୍ନବାନ ହୋଇ ବେଳେବେଳେ ଲୋକେ ରନ୍ଧା ତେଲ ମଧ୍ୟ ବଦଳାଇଥାନ୍ତି।

କିଛି ଗବେଷଣାରୁ ଜଣାପଡିଛି ଯେ, ଅଲିଭ୍ ତେଲ ଶରୀର ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ଅଲିଭ ତେଲ ଅଧିକ ମହଙ୍ଗା ହୋଇଥିବାରୁ ସମସ୍ତେ ଏହାକୁ ବ୍ୟବହାର କରିବା ସମ୍ଭବପର ହୋଇନଥାଏ।
ସାଧାରଣତଃ ଲୋକେ ରୋଷେଇରେ ସୋରିଷ ତେଲ ଏବଂ ରିଫାଇନ୍ ତେଲ ବ୍ୟବହାର କରନ୍ତି। ଅବଶ୍ୟ ବିଭିନ୍ନ ରେଷ୍ଟୁରାଣ୍ଟ ଓ ହୋଟେଲ ମାନଙ୍କରେ ପାମୋଲିନ ତେଲ ବ୍ୟବହୃତ ହୋଇଥାଏ , ଯାହା ଶରୀରରେ ଚର୍ବି ବଢାଇବାରେ ସାହାଯ୍ୟ କରିଥାଏ ।

ତେବେ ଅନ୍ୟ ରିଫାଇନ ତେଲ ମଧ୍ୟରୁ ସୂର୍ଯ୍ୟମୁଖୀ ଓ ସୋୟାବିନ ତେଲ ସାଧାରଣତଃ ବ୍ୟବହୃତ ହୋଇଥାଏ । କିଛି କମ୍ପାନୀ ରାଇସ ବ୍ରାନ ତେଲ ବା ଧାନ ଚଷୁରୁ ବାହାରୁଥିବା ତେଲ ମଧ୍ୟ ସୋୟାବିନ ତେଲ ସହିତ ମିଶାଇ ବିକ୍ରି କରିଥାନ୍ତି ।
ତେବେ ଏହିସବୁ ରିଫାଇନ ତେଲ ଓ ସୋରିଷ ତେଲ  ମଧ୍ୟରୁ କେଉଁ ତେଲ ଅଧିକ ଫଳପ୍ରଦ ଏହା ସମସ୍ତଙ୍କୁ ଜଣାନଥାଏ।

ପୋଷକ ତତ୍ତ୍ଵ

ପ୍ରାୟତଃ ଲୋକେ ଭାବନ୍ତି ଯେ, ରିଫାଇନ୍ ତେଲ ଶରୀର ପାଇଁ ଅଧିକ ଲାଭଦାୟକ ଏବଂ ଏଥିରେ ସବୁ ଖାଦ୍ୟ ପ୍ରସ୍ତୁତ କରାଯାଇପାରିବ। କିନ୍ତୁ ବାସ୍ତବାରେ ତାହା ସତ ନୁହେଁ। କାରଣ ଅଧିକ ତାପମାତ୍ରାରେ ରିଫାଇନ୍ ତେଲ ପ୍ରସ୍ତୁତ କରାଯାଏ। ଯାହା ଦ୍ବାରା ରିଫାଇନ୍ ତେଲରେ ପୋଷକ ତତ୍ତ୍ଵ  କମ୍ ହୋଇଯାଇଥାଏ। ତେଣୁ ଏହି ତେଲ ଶରୀର ପାଇଁ ସେତେଟା ଲାଭଦାୟକ ନୁହେଁ।
ରିଫାଇନ୍ ତେଲ ଅପେକ୍ଷା ସୁଦ୍ଧ ଦେଶୀ ସୋରିଷ ତେଲ ଶରୀର ପାଇଁ ଅତି ଉତ୍ତମ। ସୋରିଷ ତେଲ ପ୍ରସ୍ତୁତ କରିବା ପାଇଁ ତାପମାତ୍ରାର ଆବଶ୍ୟକ ପଡେ ନାହିଁ। ବିଶେଷ କରି ଘଣି ପେଡା ସୋରିଷ ତେଲରେ ପୋଷାକ  ଭରପୁର ମାତ୍ରାରେ ରହଥାଏ। ସୋରିଷ ତେଲରେ ଆଣ୍ଟି-ବ୍ୟକ୍ଟିରିୟଲ ରହିଥାଏ। ଯାହା ରୋଗ ପ୍ରତିଶେଧକ ଶକ୍ତି ବୃଦ୍ଧି କରାଇଥାଏ। ଏଥିରେ ଛଣାଛଣି କରିବା ସହ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିପାରିବେ। ହୃଦରୋଗୀ ମଧ୍ୟ ଏହି ତେଲକୁ ନିର୍ଭୟରେ ବ୍ୟବହାର କରିପାରିବେ ।


ସେୟାର କରନ୍ତୁ