ପରୀଣୀତୀଙ୍କ ଭିଡିଓ ହେଲା ଭାଇରାଲ, ପଢନ୍ତୁ କେଉଁ ଭିଡ଼ିଓ

ସିନେମା
ସେୟାର କରନ୍ତୁ

ଅଭିନେତ୍ରୀ ପରିଣୀତି ଚୋପ୍ରା କିଛିଦିନ ପୂର୍ବରୁ ନିଜର ହଟ୍ ଫଟୋ ପାଇଁ ଚର୍ଚ୍ଚାକୁ ଆସିଥିଲେ । ତାଙ୍କର କିଛି ହଟ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସେ ସେତେବେଳେ ମାଲଦ୍ୱୀପରେ ନିଜର ଛୁଟି କାଟୁଥିଲେ । ପୁଣି ଥରେ ପରିଣୀତି ଚୋପ୍ରାଙ୍କ ଏକ ମଜାଦାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଫନି ଦେଖାଯାଉଛନ୍ତି । ଅଭିନେତ୍ରୀ ପରିଣୀତି ଚୋପ୍ରା ନିଜ ଇନ୍‌ଷ୍ଟଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ‘ହାରି ପୋଟର’ ଅବତାରରେ ଏକ ଯାଦୁର ବାଡି ବୁଲାଉଛନ୍ତି । ଏହି ଭିଡିଓ ସେୟାର କରି ସେ ସେଥିରେ ଏକ କ୍ୟାପସନ୍ ଲେଖିଛନ୍ତି ଯେ, ଯେଉଁମାନେ ମୋତେ ଜାଣିଛନ୍ତି, ସେମାନେ ଜାଣିଥିବେ ଯେ ମୁଁ ହାରି ପୋଟରଙ୍କ ବହୁତ ବଡ ପ୍ରଂଶସକ । ସେଥିପାଇଁ ୟୁନିଭର୍ସଲ ଯାଇ ସେଠାରେ ଏହି ରୋବ ପିନ୍ଧିଲି ଏବଂ ଏକ ଯାଦୁର ବାଡି କିଣିଲି ଏକ ଭଲ ମୁଗଲ ପରି । ପରିଣୀତି ୟୁନିଭର୍ସାଲ୍ ଷ୍ଟୁଡିଓ ପରିଦର୍ଶନ କରିଥିଲେ । ଯେଉଁଠାରେ ସେ ଏହି ଭିଡିଓ ପ୍ରସ୍ତୁତ କରିଥିଲେ । ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୧୨ ଲକ୍ଷରୁ ଅଧିକ ଲାଇକ୍ ମିଳିପାରିଛି ।


ସେୟାର କରନ୍ତୁ