କୋରୋନା ପ୍ରଭାବ : ପତ୍ନୀ ଗୀତା ବସରା ଏବଂ ଝିଅ ସାଥିରେ ଯୋଗ କରୁଛନ୍ତି ହରଭଜନ ସିଂହ

ସିନେମା
ସେୟାର କରନ୍ତୁ

ନୂଆଦିଲ୍ଲୀ : ସାରା ଦୁନିଆ ଏବେ କୋରୋନା ଭାଇରସ ଛାୟା ତଳେ ବଞ୍ଚିବାକୁ ମଜବୁର ଅଛି । କିଛି ଦେଶର ହାଲତ ବହୁତ ଖରାପ ଅଛି । ଭାରତ ମଧ୍ୟ ଏହି ଭାଇରସ ଚପେଟରେ ରହିଅଛି । ହିନ୍ଦୁସ୍ଥାନରେ ସରକାର ସ୍କୁଲ-କଲେଜ,ସିନେମାଘର, ପାର୍କ ଠାରୁ ନେଇକରି ପବ ପର୍ଯ୍ୟନ୍ତ, ଡ୍ୟାନ୍ସ ବାର ଓ ଜିମ ପର୍ଯ୍ୟନ୍ତ ତାଲା ଲଗାଇବାର ଆଦେଶ ଜାରି କରିଅଛନ୍ତି । ଏଥିପାଇଁ ଆମ ଲୋକଙ୍କ ସହିତ ସିନେମା ଏବଂ ଖେଳ ଜଗତର ତାରକାମାନେ ମଧ୍ୟ ଘର ଭିତରେ ରହିବା ପାଇଁ ମାଜବୁର ହୋଇଛନ୍ତି ।

ବଲିଓଡ଼ ତାରକା ଏବଂ ଖେଳ ଜଗତର ଷ୍ଟାରମାନେ ଘର ଭିତରେ ମଧ୍ୟ ନିଜର ଫିଟନେସର ଖିଆଲ ରଖୁଅଛନ୍ତି । ଏଥିରେ ଅଭିନେତ୍ରୀ ଗୀତା ବସରା ନିଜର କ୍ରୀକେଟିୟର ପତି ହରଭଜନ ସିଂହଙ୍କ ସହ ଘର ଭିତରେ ଯୋଗ କରୁଥିବାର ନଜର ଆସିଛନ୍ତି । ଗୀତା ବସରା ଏବଂ ହରଭଜନ ସିଂହ ନିଜର ଝିଅ ହିନାୟାଙ୍କ ସହ ଘର ଭିତରେ ହିଁ ଯୋଗ କରୁଅଛନ୍ତି । ତାଙ୍କ ଯୋଗର ଫଟୋ ସୋସିଆଲ ମିଡିଆରେ ଭାଇରଲ ମଧ୍ୟ ହେଉଅଛି ।

ଏହା ସାଥିରେ ହରଭଜନ ସିଂହ ନିଜର ଇନଷ୍ଟାଗ୍ରାମ ଷ୍ଟୋରି ଜରିଆରେ ଲୋକଙ୍କୁ ସୁରକ୍ଷିତ ରହିବା ସାଥିରେ ପାଣି ବଞ୍ଚାଇବା ପାଇଁ ମଧ୍ୟ ଅପିଲ କରିଛନ୍ତି । ସେ କହିଛନ୍ତି କି 20 ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବା ସମୟରେ ପାଣିର ନଳ ଖୋଲା ରଖିବ ନାହିଁ । ସେ କହିଛନ୍ତିକି ଦୁନିଆ ଏକ ସଙ୍କଟ ଦେଇ ଗତି କରୁଅଛି,ଏହାକୁ ଆଉ ଗୋଟିଏ ସଙ୍କଟ ଉପରକୁ ଠେଲି ନଦିଆଯାଉ । ହରଭଜନ କହିଛନ୍ତିକି ବାରମ୍ବାର ହାତ ଧୁଅନ୍ତୁ,କିନ୍ତୁ ଯେତେ ସମ୍ଭବ ହୋଇ ପାରିବ ପାଣିକୁ ବଞ୍ଚାଇବା ପାଇଁ ପ୍ରୟାସ କରନ୍ତୁ ।

ଆପଣଙ୍କୁ କହିଦେବାକି ଭାରତରେ କୋରୋନା ଭାଇରସ ପାଇଁ 150ରୁ ଅଧିକ ପଯେଟିଭ ମାମଲା ସାମ୍ନାକୁ ଆସିଅଛି । ଏଥିରୁ 25 ବିଦେଶୀ ନାଗରିକ ଅଛନ୍ତି । ସବୁଠାରୁ ଅଧିକ ମାମଲା ମହାରାଷ୍ଟ୍ରରୁ ସାମ୍ନାକୁ ଆସିଅଛି । ଯେଉଁଠି 39 ଲୋକ କୋରୋନା ଭାଇରସ ପାଇଁ ସଂକ୍ରମିତ ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ କେରଳ ଅଛି ଯେଉଁଠି 25 ମାମଲା ସାମ୍ନାକୁ ଆସିଅଛି ।


ସେୟାର କରନ୍ତୁ